୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ

ଭଦ୍ରକ: ଶନିବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଏଏସ୍ଆଇ। ଏଏସଆଇ ମାନସ କୁମାର ପରିଡା ଜିଲ୍ଲାର ବନ୍ତ ଥାନାରେ ନିୟୋଜିତ ଥିଲେ। ପୂର୍ବରୁ ରୁଜୁ ହୋଇଥିବା ଏକ ଜମିଜମା ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ମା’ଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତି ଅମରେଶ୍ୱର ନାୟକଙ୍କ ଜରିଆରେ ଲାଞ୍ଚ ଆକାରରେ ୧୦ ହଜାର ଟଙ୍କା ନେଉଥିବା ବେଳେ ରଙ୍ଗେ ହାତ ଭିଜିଲାନ୍ସ ଧରିଥିଲା। ଏଥିପାଇଁ ପୂର୍ବଯୋଜନା ଅନୁୁଯାୟୀ ଭିଜିଲାନ୍ସ ଜାଲ ବିଛାଇଥିଲା।

ଅଭିଯୋଗକାରୀ ଅମରେଶ୍ବର ନାୟକଙ୍କ ଜରିଆରେ ମାନସ ପରିଡ଼ାଙ୍କୁ ଟଙ୍କା ଦେବାକୁ ସ୍ଥିର କରିଥିଲେ। ଏପରି କରି ଜମି ବିବାଦର ଫୈଇସଲା ନିଜ ସମର୍ଥନରେ କରିବାକୁ କିମ୍ବା ତ୍ୱରିତ କରିବାକୁ ପ୍ରୟାସ କରୁଥିଲେ ବୋଲି ସୂଚନା ରହିଛି। ହେଲେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଏଏସ୍ଆଇ ମାନସ ପରିଡା। ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯିବା ସହ କେଉଁ କାରଣ ପାଇଁ ଟଙ୍କା ନେଉଥିଲେ ଭିଜିଲାନ୍ସ ଅଧିକ ଖୋଳତାଡ ଜାରି ରଖିଛି।

ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ପିସି ସଂଶୋଧନ ଆଇନ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଉଭୟ ମାନସ ପରିଡ଼ା ଏବଂ ଅମରେଶ୍ବର ନାୟକଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

nis-ad
Leave A Reply

Your email address will not be published.