ଛତ୍ରପୁରସ୍ଥ କାଳିଆବାଲି ଠାରେ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ, ସଡ଼କ ଦୁର୍ଘଟଣାରେ ଆଉ ଜଣେ ଗୁରୁତର

ଛତ୍ରପୁର : ଛତ୍ରପୁର ନିକଟସ୍ଥ କାଳିଆବାଲି ଛକ ନିକଟବର୍ତ୍ତୀ ସ୍ଥାନରେ ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ନାମ ବାଳକୃଷ୍ଣ ଦାସ, (୪୯) ରାମକୃଷ୍ଣନଗର ବ୍ରହ୍ମପୁର ସହରର ବୋଲି ଜଣାପଡିଛି । ସ୍କୁଟି ଚାଳକ ଏକ ଭାରବାହୀ ଟ୍ରକ ପାର୍ଶ୍ୱକୁ ଧକ୍କାହୋଇ ଯିବାରୁ ଚାଳକ ଚକା ତଳେ ପଡ଼ି ମୃତ୍ୟୁ ହୋଇଥିବା କୁହାଯାଏ । ଉଦ୍ଭୟ ଭାରବାହୀ ଟ୍ରକ ଓ ସ୍କୁଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆଭିମୁଖେ ଯାତ୍ରା କରୁଥିବା ବିଷୟ ପୋଲିସ କହିଛି । ମୃତକଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନେଇ ଶବ ବ୍ୟବଚ୍ଛେଦ କରାଯାଇଛି । ଘଟଣା ସମ୍ପର୍କରେ ଭାରବାହୀ ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି ଏବଂ ଚମାଖଣ୍ଡୀ ଥାନା ଅଧିକାରୀ ତଦନ୍ତ ଚଲାଇଥିବା କହିଛନ୍ତି ।
ଗଞ୍ଜାମଜିଲ୍ଲା ହୁମ୍ମା ନିକଟରେ ଆଉ ଏକ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତ୍ତର ହୋଇଛନ୍ତି । ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଗୁରୁତ୍ତର ଆହତ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହି (ପୁରୁଣା ଡାଲଡାମିଲ ରୋଡ଼) ମୋହନ ସ୍ୱାଇଁ ( ୬୦ ) ବୋଲି ଜଣାପଡିଛି । ତାଙ୍କର ମୁଣ୍ଡରେ ବଡ଼ ଆଘାତ ଲାଗିଛି । ମୋହନ ଜଣେ ଘରୋଇ ଡ୍ରାଇଭର ଅଟନ୍ତି । ସେ ଏକ ସରକାରୀ ଗାଡ଼ି ଚଲାଇ ଡ୍ୟୁଟି ସାରି ଗାଡ଼ି ଗେରେଜରେ ଥୋଇ ତାଙ୍କର ଏକ ସ୍କୁଟିରେ ଘରକୁ (ଛତ୍ରପୁର) ଫେରୁଥିଲେ । ଏକ ଲୁହା ବୋଝେଇ ଟ୍ରକ ସହ ତାଙ୍କର ଦୁର୍ଘଟଣା ହୋଇଥିଲା ବୋଲି ହୁମ୍ମା ଫାଣ୍ଡି ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.