ଅପହଞ୍ଚ ଅଞ୍ଚଳ ସମସ୍ୟାର ଦୃଷ୍ଟି ଆକର୍ଷଣ ପାଇଁ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମାଧ୍ୟମ

ଫୁଲବାଣୀ : ବର୍ଷ ପରେ ବର୍ଷ ବିତି ବିତି ଯାଉଛି, ଦିନପରେ ଦିନ ବିତୁଛି କିନ୍ତୁ କାହାର ବି ଦୃଷ୍ଟି ପଡୁନାହିଁ। ସେହିଭଳି ନିର୍ବାଚନ ପରେ ନିର୍ବାଚନ ବିତୁଛି ହେଲେ ଭୋଟ ପରେ ନେତାଙ୍କୁ ଦେଖିବାକୁ ମିଳୁନାହିଁ। ସ୍ବାଧୀନତାର ୭୬ ବର୍ଷ ପୂର୍ଣ୍ଣ ହେବ କିନ୍ତୁ ଆମ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ କାହାର ମଧ୍ୟ ଦୃଷ୍ଟି ଆକର୍ଷଣ ହେଉନାହିଁ। ୪୦ ବର୍ଷପରେ ମଧ୍ୟ ଯେମିତି କି ସେମିତି ପଡ଼ି ରହିଛି ଆମ ଅଞ୍ଚଳ କେବେ ପଡ଼ିବ ବିକାଶର ଛାଇ। ତେଣୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ଖେଳର ଉଦଯାପନୀ ଦିବସରେ ନେତାଙ୍କୁ ନିମନ୍ତ୍ରିତ ଅତିତିଥି ଭାବେ ଡକାଇ ନିଜ ଅଞ୍ଚଳର ସମସ୍ୟାର ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଅତି ନିଆରା ଢଙ୍ଗରେ ପ୍ରୟାସ କରିଛନ୍ତି ଯୁବଗୋଷ୍ଠୀ ସମେତ ଅଞ୍ଚଳବାସୀ । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଅପହଞ୍ଚ ଇଲାକା ବିଲାବାଡ଼ି ପଞ୍ଚାୟତର କାକେନ୍ଦ୍ରି ଗ୍ରାମରେ।

ବିଲାବାଡି ପଞ୍ଚାୟତ ୩୭ ଗ୍ରାମକୁ ନେଇ ଗଠିତ। ସେଥି ମଧ୍ୟରେ ରାଜସ୍ବ ଗ୍ରାମ ୩୦ ଗୋଟି ରହିଥିବାବେଳେ ପଡ଼ା ଗ୍ରାମ ୭ ଗୋଟି ରହିଛି। ଅଜି ପର୍ଯ୍ୟନ୍ତ କୌଣସି ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ ଗମନା ଗମନ ହିଁ ମୂଖ୍ୟ ସମସ୍ୟା ସାଜିଛି ଯାହା ଫଳରେ କି ଅଞ୍ଚଳର ବିକାଶ ହେଇ ପାରୁନାହିଁ। ଆମେ ଯାହା ଅନୁମାନ କରୁଛୁ ଏଥିପାଇଁ କୌଣସି ରାଜନୈତିକ ନେତାଙ୍କ ଆନ୍ତରିକତା ରହୁ ନ ଥିବାବେଳେ ପ୍ରଶାସନର ଉଦ୍ୟମ ଟିକିଏ ମଧ୍ୟ ନାହିଁ। ତେଣୁ ନେତାଙ୍କ ଟିକିଏ ପାଦ ପଡ଼ିବାକୁ ଏହି ନିଆରା ପ୍ରୟାସ ଆପଣେଇଛୁ ବୋଲି ପ୍ରକାଶ କରିଛନ୍ତି ଯୁବ ଗୋଷ୍ଟି। ସ୍ଥାନୀୟ ମଣିନାଗ ଯୁବକ ସଙ୍ଘ ଯୁବନେତା ସୁବ୍ରତ କୁମାର ବେହେରା ଙ୍କ ନେତୃତ୍ୱରେ ଓ ଉଦ୍ୟମରେ ଏକ ପାହାଡିଆ ସ୍ଥାନ ଖେଳପଡିଆ ରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇ ଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ୧୬ ଟି ଖେଳାଳି ଦଳଙ୍କୁ ନିମନ୍ତ୍ରଣ କରା ଯାଇଥିଲା ସେଥି ମଧ୍ୟରୁ ୧୧ଟି ଦଳ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚରେ ପ୍ରେମଝରି ଓ ଚାରିଛକ ରହିଥିଲେ।ଉଦଯାପନୀ ଦିବସରେ ଯୋଗଦେବା ପାଇଁ ଜନପ୍ରତିନିଧି ତଥା ଜିଲ୍ଲା ପରିଷଦସଭ୍ୟ,ବ୍ଲକ୍ ଅଧ୍ୟକ୍ଷା,ସାଂସଦ ପ୍ରତିନିଧି, ସମୀତିସଭ୍ୟ ସରପଞ୍ଚ, ବରିଷ୍ଠ ରାଜନୈତିକ ନେତା,ବୁଦ୍ଧିଜୀବୀ, ସମାଜସେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ କଳାକାର ତଥା ସାଂସଦ ପ୍ରତିନିଧି ଜଳନ୍ଧର ବେହେରା ମୂଖ୍ୟ ଅତିଥି ଭାବରେ ଓ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ସୁଡୁକୁମ୍ପା ପଞ୍ଚାୟତ ସମିତିସଭ୍ୟ ତଥା ସମାଜସେବୀ ବୈଦ୍ୟନାଥ ବେହେରା ସରପଂଚ ଦଶରଥ ଜାନୀ ଯୋଗଦେଇ ମ୍ୟାଚକୁ ଉଦଘାଟନ କରିଥିଲେ। ଚାରିଛକ ଓ ପ୍ରେମଝରି ଦଳ ମଧ୍ୟରେ ୫ ଓଭରରେ ଖେଳ ହୋଇଥିଲା। ଚାରିଛକ ଦଳ ପ୍ରେମଝରି ଦଳ ଠାରୁ ଅଧିକ ୧୧ ରନ୍ ସଂଗ୍ରହ କରି ବିଜୟ ହୋଇଥିଲା । ଖେଳ ସମାପ୍ତ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଉଇନର ଦଳକୁ ୯ ହଜାର ଟଙ୍କା ଓ ରନର ଦଳଙ୍କୁ ୬ ହଜାର ଟଙ୍କା ଅତିଥି ବୈଦ୍ୟନାଥ ବେହେରା ପୁରସ୍କାର ପ୍ରଦାନ କରିଥିଲେ ଓ ଅଞ୍ଚଳର ବିକାଶ ପାଇଁ ଏହି ଲଢେଇରେ ନିଶ୍ଚିତ ଭାବେ ସହଯୋଗର ହାତ ରହିବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।

nis-ad
Leave A Reply

Your email address will not be published.