ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ, ଚିନ୍ତାରେ ପରିବାର

ଅଲବର: ପବଜୀ ଖେଳି ମାନସିକ ସନ୍ତୁଳନ ହରାଇଲେ ବାଳକ। ରାଜସ୍ଥାନର ଅଲବରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କର ମୋବାଇଲରେ ପବଜୀ ଖେଳିବାର ନିଶା ଏତେ ଥିଲା ଯେ ଏବେ ଏଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। କୁହାଯାଉଛି ଯେ, ସେ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ଏବେ ବାଳକର ଚିକିତ୍ସା ପାଇଁ ତାଙ୍କୁ ଦିବ୍ୟାଙ୍ଗ ସଂସ୍ଥାନର ଏକ ହଷ୍ଟେଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଶିଶୁର ଚିକିତ୍ସାରେ ମନସ୍ତତ୍ତ୍ୱବିତଙ୍କ ଏକ ଟିମ୍ ନିୟୋଜିତ ଅଛନ୍ତି।
ସୂଚନା ମୁତାବକ, ଘଟଣାଟି ଘଟିଛି ଅଲବରର ମୁଙ୍ଗାସ୍କା କଲୋନୀରେ। ଏଠାରେ ରହୁଥିବା ଜଣେ ୧୪ବର୍ଷର ବାଳକ ଗତ ୭ମାସ ଧରି ମୋବାଇଲରେ ଅନଲାଇନ୍ ଗେମ୍ ଖେଳୁଥିଲେ। ସେ ଏହି ଅନଲାଇନ ଗେମ୍ ଖେଳିବାରେ ଏତେ ଅଭ୍ୟସ୍ତ ହୋଇଯାଇଥିଲେ ଯେ କିଛି ଦିନ ପରେ ତାଙ୍କ ମାନସିକ ଅବସ୍ଥା ବିଗିଡିଥିଲା। ବାଳକର ପରିବାର ଲୋକଙ୍କ କହିବା ମୁତାବକ, ପୀଡ଼ିତ ଦିନକୁ ୧୪-୧୫ଘଣ୍ଟା ଫୋନ ଧରି ଗେମ୍ ଖେଳିବାରେ ବ୍ୟସ୍ତ ରହୁଥିଲେ, ଯାହାର ପରିମାଣ ସ୍ବରୂପ ଏଭଳି ଘଟଣା ଘଟିଛି। ପିତାମାତା ବାଳକକୁ ପଢ଼ିବା ପାଇଁ ଫୋନ ଦେଇଥିବା ବେଳେ ପୀଡ଼ିତ ଏଭଳି ଖରାପ ଅଭ୍ୟାସ ଆରମ୍ଭ କରିଥିଲେ।
ଏବେ ବାଳକର ମାନସିକ ଅବସ୍ଥା ଖରାପ ହୋଇଯିବା ସହ ସବୁବେଳେ ସେ ଫାୟାର…ଫାୟାର… କହୁଥିବା ଜଣାପଡ଼ିଛି। ଗେମରେ ଏହି ସବୁ କଥା ଶୁଣି ଓ କହି କହି ପୀଡ଼ିତ ଏଭଳି ହୋଇଯାଇଥିବା ପରିବାର ଲୋକେ କହିଛନ୍ତି।

nis-ad
Leave A Reply

Your email address will not be published.