ଛେଳି ଉପରେ ବନ୍ଦେ ଭାରତ ଟ୍ରେନ ଚଢିଯିବାରୁ ଟ୍ରେନକୁ ପଥରମାଡ଼

ଲକ୍ଷ୍ନୌ: ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଆସୁଥିବା ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରେ ଆଜି ଉତ୍ତରପ୍ରଦେଶରେ ପଥର ମାଡ଼ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଦ୍ରୁତ ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ସୋହାଓ୍ଵାଲ ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ ଉପରେ ପଥର ମାଡ଼ ହୋଇଥିଲା।
ଏସଏସପି କହିଛନ୍ତି, ‘ଆରପିଏଫ ଆଜି ଆମକୁ ସୂଚନା ଦେଇଛି ଯେ ସୋହାୱାଲ ରେଳ ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଉପରେ ପଥର ମାଡ଼ କରାଯାଇଥିଲା। ପରବର୍ତ୍ତୀ ସମୟରେ ରିପୋର୍ଟ ମିଳିବା ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଜୁଲାଇ ୯ ତାରିଖରେ ସଂପୃକ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ଟି ମୁନୁ ପାଶୱାନ ନାମକ ଜଣେ ବ୍ୟକ୍ତିଙ୍କ ୬ ଟି ଛେଳି ଉପରେ ଚଢ଼ି ଯାଇଥିଲା। ଏବଂ ଛେଳିଗୁଡ଼ିକ ଘଟଣାସ୍ଥଳରେ ମରି ଯାଇଥିଲେ।
ତେଣୁ କ୍ରୋଧରେ ଆସି ମୁନୁ ଓ ତାଙ୍କ ଦୁଇ ପୁଅ ଅଜୟ ଓ ବିଜୟ ଆଜି ମିଳିତ ଭାବେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଟ୍ରେନ୍‌ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ପୁଲିସ ଏବେ ସଂପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ, ଏହି ପଥର ଫିଙ୍ଗା ଘଟଣାରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି।

nis-ad
Leave A Reply

Your email address will not be published.