ବ୍ଲକ କଳା ସାଂସ୍କୃତିକ ସଂଘ ଉପସଭାପତିମାନଙ୍କ ବୈଠକ

ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ପ୍ରଚାରପ୍ରସାର ନିମନ୍ତେ ଆଲୋଚନା
ଛତ୍ରପୁର : ଗଞ୍ଜାମ ଜିଲ୍ଲା ବ୍ଲକ କଳାକାର ସଂସ୍କୃତିକ ସଂଘ ଉପସଭାପତି ମାନଙ୍କ ବୈଠକ ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟଲୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ବ୍ଲକ କଳାକାର ସଂଘର ଉନ୍ନତି ତଥା ଓଡିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରଚାର ପ୍ରସାର କାର୍ଯ୍ୟକୁ ଜୋରଦାର କରିବା ଘେନି ଏହି ବୈଠକରେ ଆଲୋଚନା କରଯାଇଥିଲା । ଓଡିଆ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ଆନୁକୁଲ୍ଯରେ ଲୋକକଳା ମାନଙ୍କ ଦ୍ଵାରା ସରକାରଙ୍କ ଯୋଜନାର ସଫଳ ରୂପାୟନ ପ୍ରଚାର ପ୍ରସାର ହେବ I ଏଥି ସକାଶେ ପୂର୍ବରୁ ଗଠିତ ହୋଇଥିବା ବ୍ଲକ କଳା ସଂସ୍କୃତିକ ସଂଘ, ନଗର କଳା ସଂସ୍କୃତିକ ସଂଘ ଦ୍ଵାରା ଜିଲ୍ଲା କଳା ସାଂସ୍କୃତିକ ସଂଘ ମାଧ୍ୟମରେ ପରିଚାଳିତ ହେଉଛି । ଏହି ସଙ୍ଘକୁ ଅଧିକ କ୍ରିୟାଶୀଳ କରିବା ଏବଂ ଜିଲ୍ଲାରେ ଲୁକ୍କାୟିତ ଅବସ୍ଥାରେ ଥିବା ଲୋକ କଳାକୁ ଲୋକ ଲୋଚନାକୁ ଆଣିବା, ପଞ୍ଜୀକରଣ ହୋଇଥିବା ସାଂସ୍କୃତିକ ଦଳକୁ ପଞ୍ଜୀକରଣ କରିବା, ରାଜ୍ୟ ଭାଷା ସାହିତ୍ଯ ଓ ସଂସ୍କୃତି ବିଭାଗ ଦ୍ଵାରା ପ୍ରଦତ୍ତ ମାର୍ଗ ଦର୍ଶିକାର ଅନୁପାଳନ କରି କାର୍ଯ୍ୟକ୍ରମ ପରିବେଷଣ କରିବା, ଉପସଭାପତି ମାନଙ୍କ ପରିଚୟ ପତ୍ର ପ୍ରଦାନ, ସୁପ୍ତ ଅବସ୍ଥାରେ ଥିବା କଳାକାର ଓ କଳାକୁ ଉଜ୍ଜୀବିତ କରିବା , ବ୍ଲକ କଳା ସଂଘର ଆବର୍ତ୍ତିନ ପାଣ୍ଠିର ସୁବିନିଯୋଗ ଓ ପ୍ରମାଣ ପତ୍ର ଦାଖଲ ଇତ୍ୟାଦି ସମସ୍ତ ବିଷୟ ଘେନି ସବିଶେଷ ଆଲୋଚନା ହୋଇଯାଇଛି । ବୈଠକରେ ପୂର୍ବତନ ସଂସ୍କୃତି ବିଭାଗୀୟ ସହକାରୀ ନିର୍ଦେଶକ ତଥା ନଗର କଳା ସଂଘର ଉପସଭାପତି କୃଷ୍ଣଚନ୍ଦ୍ର ନିଶଙ୍କ ଉପସ୍ଥିତ ରହି କଳାକାର ମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବା ସହିତ ଲୋକକଳାର ବିକାଶ ନିମନ୍ତେ ଆବଶ୍ୟକ ହେଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପାଢୀ ଲୋକ କାଳର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ଲୋକ କଳା ସାଂସ୍କୃତିକ ସଂଘର ସମ୍ପାଦକ ରବି ନାରାୟଣ ବେହେରା ପ୍ରାରମ୍ଭିକ ସୂଚନା ସମେତ ବୈଠକର ଆଭିମୁଖ୍ଯ ସମ୍ପର୍କରେ ଅବଗତ କରାଇ ସଙ୍ଘକୁ ଅଧିକ କ୍ରିୟାଶୀଳ କରିବା, ଦୁସ୍ଥ କଳାକାରଙ୍କ ସମ୍ପର୍କରେ ତଥ୍ୟ ତଥା ଜୀବିତ ପ୍ରମାଣ ପତ୍ର ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ କଳା ସଙ୍ଘର ଉପସଭାପତି ଗଣ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

nis-ad
Leave A Reply

Your email address will not be published.