ରାଜଧାନୀରୁ ଆଉ ୧୨ଡେଙ୍ଗୁ ରୋଗୀ ଚିହ୍ନଟ; ୧୨୧ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ସଂଖ୍ୟା ଶତକ ପାର କରିଛି । ଚଳିତ ବର୍ଷ ଜାନୁଆରୀ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ସହରରୁ ମୋଟ୍ ୧୨୧ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ଶୁକ୍ରବାର ରାଜଧାନୀରୁ ୧୨ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସିଟି ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ବିଶୋଇ ସୂଚନା ଦେଇଛନ୍ତି ।

ସେମାନଙ୍କ ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳର ଏନ୍‌-୧, ଏନ୍‌-୨ ଏବଂ ଏନ୍‌-୪ରୁ ସର୍ବାଧିକ ରୋଗୀ ରହିଛନ୍ତି । ତେବେ ଏକାଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ବି ସ୍ଥିତି ଆୟତ୍ତରେ ରହିଛି ଏବଂ ହସ୍ପିଟାଲାଇଜେସନ୍ ସଂଖ୍ୟା କମ୍ ରହିଛି । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୧୨୧ଜଣଙ୍କ ମଧ୍ୟରୁ ମାତ୍ର ୫୯ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଥି ମଧ୍ୟରୁ ୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳ ଏବେ ମାତ୍ର ୫ଜଣ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଶୋଇ ସୂଚନା ଦେଇଛନ୍ତି । ଅପରପକ୍ଷେ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଲୋକଙ୍କୁ ଲଗାତାର ଭାବେ ସଚେତନ କରିବା ସହ ବିଭିନ୍ନ ୱାର୍ଡରେ ମଶାଧୂଆଁ ଦେବା ସହ ଘାସ, ବୁଦା କାଟିବା, ମଶା ଉତ୍ସ ନଷ୍ଟ କରିବା, ମଶା ତେଲ ପକାଇବା ଭଳି ଅନ୍ୟାନ୍ୟ କାର୍ଯ୍ୟ ହାତକୁ ନେଉଛି । ପ୍ରତି ଶନିବାର ଏବଂ ଗୁରୁବାର ଡ୍ରାଏ ଡେ’ ମଧ୍ୟ ପାଳନ କରାଯାଉଛି । ଏହାବାଦ୍ ପ୍ରତି ୱାର୍ଡରେ ମଶାଧୂଆଁ ବୁଲାଇବା ପାଇଁ ଜୁଲାଇ ଶେଷସୁଦ୍ଧା ଆଉ ୨୦ଟି ମିନି ଗାଡ଼ି କିଣାଯିବ ବୋଲି ବିଶୋଇ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.