ଦିବ୍ୟାଙ୍ଗ ଝିଅକୁ ଦଳି ଦେଲା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଶୁକ୍ରବାର ଜଣେ ଶ୍ରବଣ ଶକ୍ତି ହରାଇଥିବା ନାବାଳିକାକୁ ହାତୀ ଦଳି ଚକଟି ଦେବାରୁ ଝିଅଟିର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ତେଲକୋଇ ବ୍ଲକ୍ ଅନ୍ତର୍ଗତ ସିରିଆବାହାଲ ଗାଁ ଲୋକେ ନିକଟସ୍ଥ ଜଙ୍ଗଲରୁ ଛତୁ ଆଣିବାକୁ ଯାଇଥିଲେ। ବିଦେଶ ପାନ୍ଥେରଙ୍କ ପୁଅ ବିଦ୍ୟାଧର ଓ ଝିଅ ସଶାଖା ଓ ବିଶାଖା ଉଭୟ ଶ୍ରବଣବାଧିତ ହୋଇଥିବାରୁ ସେମାନେ ମଧ୍ୟ ଗ୍ରାମବାସୀଙ୍କ ସହ ଯାଇଥିଲେ।

ଛତୁକୁ ଆଣିବା ପାଇଁ ଗ୍ରାମବାସୀ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ବିଦ୍ୟାଧର। ଦନ୍ତାଟି ତାଙ୍କୁ ପିଛା କରିବାରୁ ସେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ସେ ଚିତ୍କାର କରିବାରୁ ଅନ୍ୟମାନେ ସତର୍କ ହୋଇଯାଇଥିଲେ।

ବିଦ୍ୟାଧରଙ୍କ କଥା ଶୁଣି ଅନ୍ୟମାନେ ଦୌଡ଼ି ପଳାଇଥିଲେ ମଧ୍ୟ ବିଶାଖା ଓ ସଶାଖା ତାଙ୍କ କଥା ଶୁଣି ପାରି ନଥିଲେ ଏବଂ ହାତୀର ନିକଟତର ହୋଇଥିଲେ। ସଶାଖାକୁ ହାତୀଟି ନିକଟରେ ପାଇବା ପରେ ଦନ୍ତାହାତୀ ଦଳି ଦେଇଥିଲା। ଘଟଣାସ୍ଥଳରେ ଝଅଟିର ମୃତ୍ୟୁ ଘଟିଥିବା ବେଳେ ବିଶାଖା ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ଗାଁରେ ପହଞ୍ଚିଥିଲେ। ସେମାନେ ହାତୀକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ପୁଲିସ ଶଶାଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବନ ବିଭାଗ କର୍ମଚାରୀମାନେ ସରକାରୀ ବ୍ୟବସ୍ଥା ଅନୁଯାୟୀ ତାଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

nis-ad
Leave A Reply

Your email address will not be published.