ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ: ଲାଲୁ ଯାଦବ

ପଟନା: ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ। ଏହି ବୟାନ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ନିଜର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ଦିନ ପାଟନାରୁ ଦିଲ୍ଲୀ ଯାଇଥିଲେ। ଏହି ସମୟରେ ତାଙ୍କୁ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବା ଉଚିତ୍? ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଲାଲୁ ଯାଦବ କହିଥିଲେ ଯେ ଯିଏ ବି ପ୍ରଧାନମନ୍ତ୍ରୀ ହେଲେ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ।
ଲାଲୁ ଯାଦବଙ୍କୁ ପଚରାଯାଇଥିଲା କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବା ଉଚିତ୍? ଆପଣ ପୂର୍ବରୁ କହିଥିଲେ ଯେ ରାହୁଲ ଶୀଘ୍ର ବିବାହ କରନ୍ତୁ। ଏଭଳି କହି ଆପଣ କ’ଣ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଛନ୍ତି କି? ଏହାର ଉତ୍ତରରେ ଲାଲୁ ଯାଦବ କହିଥିଲେ, ଯିଏ ବି ପ୍ରଧାନମନ୍ତ୍ରୀ ହେବ, ତାଙ୍କର ପତ୍ନୀ ରହିବା ଉଚିତ୍। ପତ୍ନୀ ନଥିବା ପ୍ରଧାନମନ୍ତ୍ରୀ ଦେଶ ପାଇଁ ଭଲ ନୁହେଁ। ଏହା ଶେଷ ହେବା ଉଚିତ୍। ଯିଏ ପ୍ରଧାନମନ୍ତ୍ରୀ ହେବ, ତାଙ୍କର ପତ୍ନୀ ଥିଲେ ଭଲ।
ଲାଲୁଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏପର୍ଯ୍ୟନ୍ତ ଏହା ଉପରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

nis-ad
Leave A Reply

Your email address will not be published.