ପାଣି ପାଇଁ ହଟହଟା ରାସ୍ତା ଉପରେ ବସିଲେ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ନୂଆପଦର ପଞ୍ଚାୟତର ଝରିସାହି ଓ ହରିଜନ ସାହିରେ ୧୫୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ପିଇବା ପାଣିପାଇଁ କୌଣସି ସୁବିଧା ନାହିଁ ଦୀର୍ଘଦିନ ହେଲାଗାଁକୁ ପାଇପ ବିଛା ଯାଇଛି, ଅଥଚ ପାଣିର ଦେଖା ନାହିଁ। ଏପଟେ ବର୍ଷା ଅଭାବରୁ କୂଅ ବି ଶୁଖି ଯାଇଛି । ଏଭଳି ପରିସ୍ଥିତିରେ ଗ୍ରାମବାସୀ ମାନେ ପାଣି ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ମଧ୍ୟ କୌଣସି ଫଳ ମିଳି ନାହିଁ। ତେଣୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।
କିଛି ଦିନ ପାଇଁ ଫିରିଙ୍ଗିଆ ବିଡ଼ିଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେଇଥିଲେ ଏବେ ତାହା ବି ବନ୍ଦ ତେଣୁ ପାଣି ପାଇ ପାରୁ ନାହାନ୍ତି ଗ୍ରାମବାସୀ । ଏହାର ପ୍ରତିବାଦରେ ଆଜି ସକାଳୁ ହାଣ୍ଡି ମାଠିଆ ଧରି ସାଡିଙ୍ଗିଆ-ନୂଆପଦର ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକେ । ପାଣି ପାଇଁ ସ୍ଥାୟୀ ବ୍ୟବସ୍ଥା ନହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଭବାନୀ ଶଙ୍କର କହଁର କହିଛନ୍ତି, କୂଅ ସବୁ ଶୁଖି ଯାଇଥିବାରୁ ସମସ୍ୟା ହୋଇଛି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗା ଯୋଗ କରିବାରୁ ଯଥା ଶୀଘ୍ର ଜଳ ବ୍ଯବସ୍ଥା କରାଯିବ ବୋଲି ସୂଚନା ମିଳିଛି l

nis-ad
Leave A Reply

Your email address will not be published.