ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶକୁ ଓଲଟିଲା ପିକ୍ଅପ୍ ଭ୍ୟାନ, ଜଣେ ଗୁରୁତର…


ହିଞ୍ଜିଳିକାଟୁ, ତା ୪/୭(): ବୁଧବାର ସକାଳେ ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ଏକ ରାସନ୍ ସାମଗ୍ରୀ ବୋଝେଇ ପିକ୍ଅପ୍ ଭ୍ୟାନ (ଓଡି୦୭ଏକେ ୯୮୬୦) ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ବିଲ ମଧ୍ୟକୁ ଓଲଟି ପଡିଛି । ଦୂର୍ଘଟଣାରେ ଗାଡି ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର ଦଣ୍ଡପାଣି ପାଢି (୭୫) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।
ଫୋଟ –

nis-ad
Leave A Reply

Your email address will not be published.