ସଶକୁଟି ପାହାଡ଼ରେ ବନ ମହୋତ୍ସବ ପାଳନ

ଦାରିଙ୍ଗବାଡ଼ି (୪/୭) : ଦାରିଙ୍ଗବାଡି ବନାଞ୍ଚଳ ଅଧିନ ସଶକୁଟି ପାହାଡ଼ରେ ୭୪ ତମ ବନ ଉତ୍ସବ ପାଳିତ ହୋଇଛି। ଉକ୍ତ ପାହାଡ଼ରେ ୮ ହଜାର ଚାରା ରୋପଣ କରାଯିବ । କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ଲିହେରୀ ସରପଞ୍ଚ ପାଉଲ ପ୍ରଧାନ, ଦାରିଙ୍ଗବାଡି ରାଜସ୍ବ ନୀରିକ୍ଷକ ସୁବ୍ରତ ମଲ୍ଲିକ ଯୋଗ ଦେଇଥିଲେ । ବନାଞ୍ଚକ ଅଧିକାରୀ ସତୀଶ ଧାରୁଆଙ୍କ ତତ୍ୱାବଧାନ କ୍ରମେ ଦାରିଙ୍ଗବାଡି ବନପାଳ ପ୍ରସନ୍ନ ପାତ୍ର, ସିମନବାଡ଼ି ବନପାଳ ରବିମୋହନ ନାୟକ, ବନରକ୍ଷୀ ବିଜୟାନନ୍ଦ ସେଠୀ, ରୁପୀଙ୍ଗା ମଲିକ ସହ କ୍ଲେମନ ପ୍ରଧାନ ଉପସ୍ଥିତ ଥିଲେ । ଏହି ବନ ମହୋତ୍ସବରେ ସ୍କୁଲ ଛାତ୍ର ଛାତ୍ରୀ ସମେତ ଗ୍ରାମବାସୀ, ମହିଳା ସଂଘର ସଦସ୍ୟ ମାନେ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.