ଛତ୍ରପୁର : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ଛତ୍ରପୁର ପକ୍ଷରୁ ବହୁବାର ଏଟିଏମ ସେବା ବ୍ୟାହତ ହେଉଥିବା ନେଇ ଗ୍ରାହକଙ୍କ ଠାରୁ ଅଭିଯୋଗ ଆସୁଛି । ଗତକାଲି ମେଇନ ବ୍ରାଞ୍ଚ କୁ ଟଙ୍କା ଉଠାଇବା ପାଇଁ ଯାଇ ଗ୍ରାହକ ସେବା ପାଇବାରେ ବଞ୍ଚିତ ହୋଇ ନିରାଶ ହୋଇ ଘରକୁ ଫେରିଥିବା କୁହାଯାଇଛି । ଉକ୍ତ ମେଇନ ବ୍ରାଞ୍ଚରେ ପାଞ୍ଚଟି ମେସିନ ଥିବାବେଳେ ସେଥିରୁ କେବଳ ଗୋଟିଏ ମେସିନ କାମ କରୁଥିବାନେଇ ଅଭିଯୋଗ ହେଉଛି । ଗୋଟିଏ ମେସିନ କୁ ପ୍ରବଳ ଭିଡ଼, ଗ୍ରାହକ ଗରମ ଗୁଳିଗୁଳିରେ ଛିଡାହୋଇ ହନ୍ତସନ୍ତ ହେଉଛନ୍ତି । ବିଭାଗୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ଯ ଏଥିପ୍ରତି ଧ୍ୟାନଦେଇ ବିହିତ ପ୍ରତିକାର କରିବାକୁ ଜନସାଧାରଣରେ ଦୃଢ଼ ଦାବୀ ହେଉଅଛି ।
ପ୍ରକାଶ ଥାଉକି, ଛତ୍ରପୁର ଅଗ୍ରହାରାମ ସାହି ନିକଟରେ ମେଇନ ବ୍ରାଞ୍ଚ ଅବସ୍ଥାପିତ ଥିବା ବେଳେ ମଝିବଜାର କୋର୍ଟ ଷ୍ଟେସନ ସାହି ଗଳି ମୁହଁରେ ଏଟିଏମ କାଉଣ୍ଟରରେ ଦୁଇଟି, ବଜାର ବ୍ରାଞ୍ଚ କାଉଣ୍ଟରରେ ଦୁଇଟି, ମୁଖ୍ୟ ରେଳଷ୍ଟେସନ ନିକଟରେ ଗୋଟିଏ କାଉଣ୍ଟର ରହିଛି । ଏହି ସବୁ କାଉଣ୍ଟର ମାନଙ୍କରେ ଏଟିଏମ ସେବା ପାଇବାରେ ବହୁବାର ଗ୍ରାହକ ହନ୍ତସନ୍ତ ହୋଇ ନିରାଶ ହୋଇ ଫେରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.