ଜଳେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ବିବାଦ; ପୁଜାରୀଙ୍କ ମୁଣ୍ଡ ଫଟାଇଲେ,ଥାନାରେ ମାମଲା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଲେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ନେଇ ତୁମୁଳ କାଣ୍ଡ ହୋଇଛି । ଜଣେ ପୂଜରୀଙ୍କୁ ସମ୍ପୃକ ମନ୍ଦିରର ଅନ୍ୟ ଜଣେ ପୁଜାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏପରିକି ଘରେ ପଶି ଆସିବାବ ପତ୍ର ଭାଙ୍ଗି ଦେଇଛନ୍ତି । ପୂଜାରୀଙ୍କ ବାପା ଏବଂ ମା’ଙ୍କ ମୂଣ୍ଡରେ ଗଭୀତ ଆଗାତ ଲାଗିଛି । ଏହା ସହ ପୂଜରୀ ଏବଂ ତାଙ୍କ ସ୍ତ୍ରୀ ଆକ୍ରମଣର ଶିକାର ହୋଇଛନ୍ତି ।

ଗୁରୁତର ଅବସ୍ଥାରେ ପୁଜାରୀଙ୍କ ୬୫ ବର୍ଷୀୟ ବାପାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରିକି ସମ୍ପୃକ୍ତ ପୂଜାରୀଙ୍କ ଘରକୁ କେହି କୁଣିଆ ଆସିଲେ ତାଙ୍କୁ ମଧ୍ୟ ମାଡ଼ ମାରାଯାଉଛି ବୋଲି ମଞ୍ଚେଶ୍ୱର ଥାନରେ ଅଭିଯୋଗ ହୋଇଛି । ହେଲେ ପୁଲିସ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ । ଓଲଟା ଅଭିଯୋଗକାରୀଙ୍କ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଇବା ଯାଉଛି । ମାଡ଼ ଖାଇଥିବା ବ୍ୟକ୍ତି ଏବଂ ତାଙ୍କ ପରିବାର ପୁଲିସର ଉପରିସ୍ଥ ଅଧିକାରୀଙ୍କୁ ଏହା ମଧ୍ୟରେ ଭେଟି ସାରିଲେ ମଧ୍ୟ କିଛି ପଳପ୍ରଦ ହେଉ ନାହିଁ । ଓଲଟା ଅଭିଯୋଗକାରୀଙ୍କୁ ଥାନାରେ ଦୁଃବ୍ୟବହାର କରିବା ସହ ଥାନାରେ ଅଭିଯୁକ୍ତଙ୍କୁ ସପକ୍ଷରେ ପୁଲିସ କାମ କରୁଛି ବୋଲି ଅଭିଯୋଗରେ ହୋଇଛି ।

ମିଳିଥିବା ସୂଚନା ମୁତାବକ ଗତ ୨୮ ତାରିଖରେ ପୂଜାରୀଙ୍କ ମନ୍ଦିର ପାଳିର ଟଙ୍କା ବଣ୍ଟାକୁ ନେଇ ବିବାଦ ହୋଇଥିଲା । ସନ୍ତୋଷ ପଣ୍ଡା ନାମକ ପୂଜାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ଦୀର୍ଘ ମାସ ହେବ ପାଳି କରିଛନ୍ତି । ହେଲେ ତାଙ୍କୁ ତାଙ୍କ ପ୍ରପ୍ୟ ମିଳି ନଥିଲା । ଟଙ୍କା ମାଗିବାରୁ ଅନ୍ୟ ଜଣେ ପୂଜାରୀ ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ସକାଳେ ଗାଳିଗୁଲଜ କରିଥିବା ବ୍ୟକ୍ତି ଏବଂ ତାଙ୍କ ୩ ସମ୍ପର୍କୀୟ ଲୁହାରଡ଼୍ ଏବଂ ଷ୍ଟିଲ ପାଇପ୍ ନେଇ ସନୋଷଙ୍କ ଘରେ ପଶିଥିଲେ । ସନ୍ତୋଙ୍କ ୬୫ ବର୍ଷିୟା ବାପା ଶଙ୍କର ପଣ୍ଡା ଏବଂ ୬୦ ବର୍ଷିୟା ମାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ।

ଯାହା ଫଳରେ ସେମାନଙ୍କ ମୁଣ୍ଡ ଫାଟି ଯାଇଥିଲା । ପ୍ରବଳ ରକ୍ତ ଶ୍ରାବ ହୋଇଥିଲା । ସନ୍ତୋଷ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଘର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଥାନାକୁ ଆଣିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁୁଜୁ କରି ପୁଲିସ ନିରବଦ୍ରଷ୍ଟା ସାଜିବାରୁ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ସନ୍ତୋଷଙ୍କ ବାପା ପୁଲିର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ନ୍ୟାୟ ପାଇଁ ଅନୁରୋଧ କଲେ ମଧ୍ୟ କିଛି ଲାଭ ହେଉ ନ ଥିବା ସେ କହିଛନ୍ତି ।

ଏପରିକି ଆଜି ଆହତ ବାପାଙ୍କୁ ଦେଖିବାକୁ ଶଙ୍କରଙ୍କ ଝିଅ ତାଙ୍କ ଘରକୁ ଆସିଥିଲେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସେ ଅଟୋରୁ ଉହ୍ଲାଇ ଘର ସାମ୍ନାରେ ଛିଡ଼ା ହୋଇଥିଲା ବେଳେ ଜଣେ ଯୁବକ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି ।

nis-ad
Leave A Reply

Your email address will not be published.