ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାହୁଡ଼ା ଯାତ୍ରା ବହୁ ଆଡମ୍ବର ରେ ପାଳିତ…

ଦାରିଙ୍ଗବାଡି,୨୦/୬, (ନିପ୍ରପ୍ର): ଦାରିଙ୍ଗବାଡି ବ୍ଲକର ଗଦାପୁର, କାଟିଙ୍ଗିଆ, ସିମନବାଡ଼ି,ସୁଗାନକେତା ଓ ଗବାଟ ବାଡ଼ିରେ ଠାରେ ବାହୁଡ଼ା ଯାତ୍ରା ପାଳନ ହୋଇଯାଇଛି । ମାଉସୀ ଘରୁ ନିଜ ଶ୍ରୀମନ୍ଦିର କୁ ଫେରିଛନ୍ତି ଜଗତର ନାଥ ଜଗନ୍ନାଥ । ଡିଏସପି ହୃଷୀକେଶ ନାୟକ ଙ୍କ ତତ୍ୱାବଧାନରେ ଥାନା ଅଧିକାରୀ କୌଶିକ ମାଝୀ, ଏସଆଇ ଜୀତେନ୍ଦ୍ର ବେହେରା, ଲକ୍ଷ୍ମୀ ମାଝୀ ପ୍ରମୁଖ ସିମନବାଡି, ଗବାଟବାଡ଼ି ଓ ସୁଗାନକେତାରେ ପାଳିତ ହେଉଥିବା ବାହୁଡା ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ବ୍ରାହ୍ମଣୀଗାଁ ଥାନାଅଧିକାରୀ ଚାପଧାରୀ ପ୍ରଧାନଙ୍କ ସହିତ ଏସଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ଏଏସଆଇ ରମାକାନ୍ତ ସେଠି ଗଦାପୁର ଓ କାଟିଙ୍ଗିଆରେ ପାଳିତ ବାହୁଡା ଯାତ୍ରାର ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିବା ଖବର ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.