ମଶାଣିରୁ ଶଵ ଗାଏବ୍ !

ଭଦ୍ରକ : ମଶାଣି ରୁ ଗାଏବ୍ ହୋଇଗଲେ ଶବ। ଗୋଟିଏ କି ଦୁଇଟା ନୁହଁ ଏକା ସାଙ୍ଗରେ ତିନି ତିନିଟି ଶବ ମଶାଣି ସ୍ଥଳରୁ ଗାଏଵ୍ ହୋଇଗଲେ। ହଁ ଆଜ୍ଞା ଏ କଥା ଟି ଆପଣ ମାନଙ୍କୁ ଆଶ୍ଚର୍ୟ୍ଯ ଲାଗିଲେ ବି କଥାଟି ସମ୍ପୂର୍ଣ ସତ ।କେଉଁ ଅଦୃଶ୍ୟ ଶକ୍ତି ମାଧ୍ୟମରେ ହେଉ ଅବା ରାତ୍ରୀ ର ଅନ୍ଧକାର ଭିତରେ ଦୁବୃର୍ତ୍ତ ମାନେ ଚୋରି କରିବା ହେଉ। କିଏ କାହିଁକି କଣ ପାଇଁ ଏଇ ଶବ ମାନଙ୍କୁ ନେଇଯାଇଛି ଏ ଯାଏଁ ତାର ସ୍ପଷ୍ଟ ତଥ୍ୟ ଜଣା ପଡ଼ି ନ ଥିବା ବେଳେ ଏ ଘଟଣା କୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।ହଁ ଦର୍ଶକ ବନ୍ଧୁ ଏମିତି ଏକ ଆଶ୍ଚର୍ୟ୍ଯ ଓ ବିସ୍ମୟ ଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରୀପୋଖରୀ ବ୍ଲକ ଅଧିନ ବୈତରଣୀ ନଦୀର ଉତ୍ତରରେ ଅବସ୍ଥିତ ମଣିନାଥପୁର ଗ୍ରାମର ସ୍ଵର୍ଗଦ୍ଵାର ମଶାଣିରେ। ଯେଉଁଠୁ ଗାଏବ ହୋଇ ଯାଇଛନ୍ତି ତିନି ତିନିଟା ଶବ ।

ସୂଚନା ଆଧାରରେ ୨୦ ଦିନ ତଳେ ମୃତ୍ୟ ବରଣ କରିଥିବା ମଣିନାଥପୁର ଗ୍ରାମର ଅକ୍ଷୟ ବେହେରା,ଦୀନବନ୍ଧୁ ନାଥ ଆଉ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଶ୍ରୀକାନ୍ତ ବେହୁରିଆଙ୍କ ଶବ ରୀତି ନୀତିରେ ବୈତରଣୀ ନଦୀ ପଠାରେ ଅବସ୍ଥିତ ମଣିନାଥପୁର ଗ୍ରାମର ସ୍ଵର୍ଗଦ୍ଵାର ମଶାଣିରେ ପୋତି ଦିଆଯାଇଥିଲା।ଆଜି ସକାଳେ ଗ୍ରାମର କିଛି ପିଲା ନଦୀକୁ ବୁଲିବାକୁ ଯାଇଥିବା ବେଳେ ଶବ ଗୁଡ଼ିକ ପୋତା ଯାଇଥିବା ସମାଧି ସ୍ଥଳ ଖୋଳା ଯାଇ ଶବ ଗୁଡ଼ିକ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ପିଲାମାନେ ଆସି ଗାଁ ରେ ଜଣାଇବା ପରେ ଶହ ଶହ ଗ୍ରାମବାସୀ ମାନେ ସେଠି ରୁଣ୍ଡ ହୋଇଯାଇଥିଲେ। ତେବେ ଶବ ନେବା ସ୍ଥାନରେ ଶବ ଗୁଡ଼ିକର ଗାତ ଖୋଳା, ଶବ ର ଅନ୍ତବସ୍ତ୍ର, ଦୁର୍ବୃତ୍ତ ଙ୍କ ପାଦ ଚିହ୍ନ,ଆଉ ଶବ ଗୁଡ଼ିକ ଘୋସାରି ଘୋସାରି ନେଉଥିବା ଦାଗ ଚିହ୍ନ ଦେଖିଥିଲେ ଗ୍ରାମବାସୀ ଆଉ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଏଇ ଶବ ଗୁଡ଼ିକ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ। ଏପଟେ ଗତକାଲି ଅପରାହ୍ନରେ ବାହାର ରାଜ୍ୟର ହିନ୍ଦୀ ଭାଷାରେ କଥା କହୁଥିବା ୩/୪ ଜଣ ଯୁବକ କଙ୍କୁ ଏଇ ସ୍ୱର୍ଗଦ୍ୱାର ମଶାଣି ନିକଟରେ ବୁଲୁ ଥିବାର ଦେଖିଥିଲେ।ତେବେ ଏଇ ଶବ ଗୁଡ଼ିକ ଚୋରି ହେବା ପଛରେ ସେଇ ମାନଙ୍କର ସମ୍ପୂର୍କ୍ତି ଥିବା ସନ୍ଧେହ କରିଛନ୍ତି ସ୍ଥାନୀୟ ବାସିନ୍ଦା।ଅନ୍ୟପଟେ କୌଣସି ରାକେଟ୍ ମାଧ୍ୟମରେ ମେଡ଼ିକାଲ କଲେଜ ଲ୍ୟାବ ପାଇଁ ଆବଶ୍ୟକ ସ୍କିଲିଟନ ନିମନ୍ତେ ହେଉ କି ବିଶିଷ୍ଟ ତନ୍ତ୍ର ସାଧକ ମାନେ ତନ୍ତ୍ର ସାଧନା ପାଇଁ ଏଗୁଡ଼ିକ ଚୋରି କରି ନେଇଥିବା କଥା ବୁଦ୍ଧିଜୀବ ମାନେ ମତ ଦେଇଛନ୍ତି।ତେବେ କିଛି ବର୍ଷ ପୂର୍ବେ ମଧ୍ୟ ସ୍ବର୍ଗତ ଶିକ୍ଷକ ବାସୁଦେବ ଦାସ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶବ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।ତେବେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉକ୍ତ ଘଟଣାକୁ ଗୁରୁତର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.