କାଣ୍ଡାପା ଘାଟିରେ ଡମ୍ପର ଓଲଟିଲା , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

ଦାରିଙ୍ଗବାଡି,୨୬/୬ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଦାସିଙ୍ଗବାଡ଼ି ଗ୍ରାମ ନିକଟ କାଣ୍ଡାପା ଘାଟିରେ ଡମ୍ପର ଓଲଟି ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର୍। ସୋରଡ଼ାରୁ ବାଲିଧରି ଦାରିଙ୍ଗ ବାଡ଼ି ଦେଇ ଉକ୍ତ ବ୍ଳକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମକୁ ଡମ୍ପର ଗାଡ଼ି ନଂ-ଓଡି ୨୩ ଏଲ ୪୪୭୭ ଯାଉଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିଥିଲା । ଫଳରେ ଡମ୍ପର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା ବେଳେ ଡ୍ରାଇଭର ଓ ହେଲ୍ପର୍ ଅଳ୍ପକେ ବର୍ତ୍ତି ସୁରକ୍ଷିତ ରହିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.