କନ୍ଧମାଳର ଯୁବପିଢ଼ିକୁ ରୋବଟିକ୍ସ ଜ୍ଞାନକୌଶଳ ସମ୍ବନ୍ଧେ ସଚେତନତା

ଫୁଲବାଣୀ : ରୋବଟିକ୍ସ ଆଇ. ଓ. ଟି, ଆର୍ଟିଫିସିଆଲ ଇଣ୍ଟେଲ୍ଲୀଜେନ୍ସ ଇତ୍ୟାଦି ଆଧୁନିକ ଯୁଗର ମୁଖ୍ୟ ଜ୍ଞାନ କୌଶଳ । ଆମର ଦୈନନ୍ଦିନ ଜୀବନରେ ଏହାର ବିଶେଷ ପ୍ରୟୋଜନ ଅଛି। ଚାକିରି ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହାର ସର୍ବାଧିକ ମହତ୍ତ୍ୱ ଅଛି। ତାହା ସହିତ ଦୈନନ୍ଦିନ ଜୀବନରେ ମଧ୍ୟ ଏହାର ବ୍ୟବହାର ଆମ ଜୀବନ ଶୈଳୀକୁ ସରଳ ଏବଂ ସହଜ କରି ପାରିବ । କିନ୍ତୁ ଦୁର୍ଭାଗ୍ୟ ବଶତଃ, ଏହି ଭଳି ଜ୍ଞାନ କୌଶଳ କେବଳ ସହରରେ ଉପଲବ୍ଧ । ଏହି ସହର ଏବଂ ଗ୍ରାମାଞ୍ଚଳର ବ୍ୟବଧାନକୁ ଦୂର କରିବା ଉଦ୍ଧେଶ୍ୟରେ ଜେଏନଭିପା ଏକ ଦୁଇ ଦିନିଆ କର୍ମଶାଳା ରୋବଟିକ୍ସ: ରୋବଟିକ୍ ଖେଳଣା ତିଆରି ଏବଂ ଦୌଡ଼ ପ୍ରତିଯୋଗିତା ଶିର୍ଷକରେ ଆଇଟିଆଇ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାଟି ଜବାହାର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ କନ୍ଧମାଳର ଯୁବ ପିଢ଼ିକୁ ରୋବଟିକ୍ସ ଭଳି ଏକ ଅତ୍ୟାଧୁନିକ ଜ୍ଞାନ କୌଶଳକୁ ଅଭିଜ୍ଞ କରେଇବା ଏବଂ ଏହି କ୍ଷେତ୍ରର ଯୁବକ ଯୁବତୀ ମାନଙ୍କୁ ଦେଶର ଅନ୍ୟ ପ୍ରାନ୍ତରେ ଥିବା ଯୁବକ ଯୁବତୀଙ୍କ ସହ ସମକକ୍ଷ କରେଇବା। ଉକ୍ତ କର୍ମଶାଳାରେ ଶ୍ରୀମତୀ ନମିତା ରାଣୀ ପଣ୍ଡା, ପ୍ରିନ୍ସିପାଲ, ନବୋଦୟ ବିଦ୍ୟାଳୟ ଏବଂ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ପ୍ରିନ୍ସିପାଲ, ଆଇ ଟି ଆଇ କଲେଜ ଅତିଥି ହିସାବରେ ଯୋଗ ଦେଇଥିଲେ। ଉଦ୍ଘାଟନ ସମାରୋହକୁ ସଭାପତି ବିକାଶ କୁମାର ଦିଗାଲ ପରିଚାଳନା କରିଥିଲେ। ଏବଂ ଏହି ପ୍ରୋଗ୍ରାମର ବିଶେଷଜ୍ଞ ଭାବରେ ଆଇ ଆଇ ଟି ଭୁବନେଶ୍ଵରର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ଦୀପକ କୁମାର ରାଉତ, ଯୋଗ ଦେଇଥିଲେ। Dr Rout, under water surveillance ଜଗତର ଜଣେ ଜାତୀୟ ସ୍ତରରେ ବେଶ ପରିଚିତ ନାମ।
ଉପସ୍ଥିତ ଅତିଥି ଜେଏନଭିପାର ଏହିଭଳି ପ୍ରଚେଷ୍ଟାକୁ ବହୁତ ପ୍ରଶଂସା କରିଥିଲେ। ଆଲୁମିନି ମାନଙ୍କର ଏହି ଭଳି ସମାଜ ଉପଯୋଗୀ କାର୍ଯ୍ୟକ୍ରମ ଅନ୍ୟ ସମସ୍ତଙ୍କ ପାଇଁ ଏକ ଆଦର୍ଶ ବୋଲି ମତ ପୋଷଣ କଲେ।
ଏହା ଜେଏନଭିପା ର ରୋବଟିକ୍ସ ଉପରେ ଭବିଷ୍ୟତ ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାର ପ୍ରଥମ । ଆଗକୁ ଆହୁରି ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ର ଯୋଜନା ରହିଛି। ଭାଗ ନେଇଥିବା ଯୁବକ ଯୁବତୀ ବିନା ମୂଲ୍ୟରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଲାଭ କରି ଉପକୃତ ହେଇଛନ୍ତି। ବିଭିନ୍ନ ରୋବର୍ଟ robots ମଧ୍ୟ ରେ ଦୌଡ଼ ପ୍ରତି ଯୋଗିତା ଏହି କର୍ମଶାଳା ର ମୁଖ୍ୟ ଆକର୍ଷଣ ଥିଲା। ଜେଏନଭିପା ର ବିଭିନ୍ନ କର୍ମକର୍ତ୍ତା ମୁଖ୍ୟତଃ ଭ୍ରମର ବେହେରା, ଡ଼ଃ ପ୍ରଦ୍ୟୁତ ପ୍ରଧାନ, ସୁକାନ୍ତ ଦିଗାଲ, ସୁବ୍ରଜିତ ପ୍ରଧାନ, ଶ୍ରୀମତି ଆରତି ସାହୁ, ରମାକାନ୍ତ ଦିଗାଲ ଇତ୍ୟାଦି କର୍ମଶାଳା କୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.