ଜିଲ୍ଲା ପ୍ରଶାସନର ଉତ୍ତମ ପ୍ରୟାସ : ଅନାଥ ଝିଅର ହାତ ଧରିଲା ରାଜସ୍ଥାନର ଶିକ୍ଷିତ ଯୁବକ

ଫୁଲବାଣୀ : ଦିନେ ସେ ଥିଲା ଅଲୋଡା,ଫିଙ୍ଗି ଦିଆଯାଇଥିଲା ପରିତ୍ୟକ୍ତ ସ୍ଥାନରେ । ଜନ୍ମ କଲା ମାଆ ଛାତିରେ ପଥର ରଖି ଫିଙ୍ଗି ଦେଇଥିଲା ଝିଅଟିକୁ । ଉଦ୍ଧାର ହେବା ପରେ ମେଡିକାଲ ଓ ମାତ୍ର ତିନି ମାସ ର ହୋଇଥିଲା ବେଳେ ପହଞ୍ଚିଲା ଫୁଲବାଣୀର ସାଧନ ଅନାଥାଶ୍ରମରେ । ଏଠି ମାଆ ବାପା ପରିବାରର ସ୍ନେହ ପାଇ ଆଜି ସେ ୨୨ ବର୍ଷର ଶିକ୍ଷିତା ଯୁବତୀ । ସୁନ୍ଦର ଶିକ୍ଷିତ ବରଟିଏ ଖୋଜି ବିବାହ କରୁଛନ୍ତି ସେହି ଧର୍ମ ପିତା ମାତା । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନେକ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ବିବାହ ଉତ୍ସବରେ ସାମିଲ ହୋଇ ଶୁଭାଶୀର୍ବାଦ ଦେଇଛନ୍ତି । ଅଲୋଡା ଅବଳାରୁ ନୂଆ ଜୀବନ ପାଇଛି ଅନାଲିସା ।
ଫୁଲବାଣୀର ଗୁଦାରିରେ ଥିବା ସାଧନ ଶିଶୁ ଯତ୍ନ ଅନୁଷ୍ଠାନରେ ଆଜି ଉତ୍ସବର ମାହୋଲ। ଏଠିକାର ଜଣେ ଅନ୍ତେବାସୀନି ଙ୍କର ହେଉଛି ବାହାଘର। ଜନ୍ମର ମାତ୍ର ତିନି ମାସରୁ ଦୀର୍ଘ ୨୨ ବର୍ଷ ରହିବା ପରେ ସମସ୍ତ ଙ୍କ ର ପ୍ରିୟ ଆନାଲିଶାର ଆଜି ବାହାଘର। ଅନୁଷ୍ଠାନର ମୁଖ୍ୟ ଫାଦର୍ ପାଉଲ୍ ରାଜ୍ ଓ ଶିବା ମେଥ୍ୟୁ ଆଜି ବାପା ମାଆ ହୋଇ କନ୍ୟା ଦାନ କରୁଛନ୍ତି। ସେଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ଅନୁଷ୍ଠାନଟି। ସଂଯୋଗ ପୁଣି ଏମିତି, ସୁଦୂର ରାଜସ୍ଥାନ ଜୟପୁରର ରବି ହାତ ଧରିବାକୁ ଆସିଛନ୍ତି ଓଡ଼ିଶାର ଆନାଳିଶାର। ସମସ୍ତେ ଭାବ ବିହ୍ବଳ, ଖୁସିରେ ମଶଗୁଲ। ମାଆ ଶିବା ଓ ବାପା ପାଉଲ ମନେ ପକାଇଛନ୍ତି ତାର ଶୈଶବ,ଧନ୍ୟବାଦ୍ ଜଣାଇଛନ୍ତି ପ୍ରଶାସନକୁ।
ବାଇଟ ଶିବା ମେଥ୍ୟୁ,ମାଆ ତଥା ଅନୁଷ୍ଠାନ ର ସହ ପରିଚାଳକାଫାଦର ପାଉଲ ରାଜ୍, ସମ୍ପାଦକ,ସାଧନ
ବର ରବି ମଧ୍ୟ ନିଜ ଇଚ୍ଛା ପୂରଣ ହୋଇଥିବାରୁ ବେଶ୍ ଖୁସି। ଏମିତି ହିଁ କାହାକୁ ଆପଣାଇବାରେ ରହିଛି ପ୍ରକୃତ ଆନନ୍ଦ ଓ ମଣିଷପଣିଆ। ମୋ ସ୍ଵପ୍ନ ସାକାର ହୋଇଛି ବୋଲି କହିଛନ୍ତି ରବି ପରାଶର, ବର ସମ୍ପୂର୍ଣ ଜିଲ୍ଲା ପ୍ରଶାସନ ଏହି ପୁଣ୍ୟ କାର୍ଯ୍ୟରେ ସାମିଲ ହୋଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉଭୟ ନବ ଦମ୍ପତିଙ୍କ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ବେଦୀରେ ବରକନ୍ୟା ଙ୍କୁ ଆଶୀର୍ବାଦ ଦେବା ସହିତ ଜିଲ୍ଲା ପ୍ରଶାସନର ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହା ଭିନ୍ନ ରେଡ଼କ୍ରସ ପାଣ୍ଠିରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ବସନ୍ତ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲା ଶିଶୁ ମଙ୍ଗଳ କମିଟି,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ସ୍ଥାନୀୟ ବୁଦ୍ଧିଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ବିବାହ ରେ ସାମିଲ ହୋଇ ଆଶୀର୍ବାଦ ପ୍ରଦାନ କରିବା ସହିତ ଉପହାର ଦେଇଛନ୍ତି। ରଙ୍ଗୀନ ଆଲୋକମାଳା ସହିତ ସାଜସଜ୍ଜା ଉଜ୍ଜ୍ବଳ କରିଛି ପରିବେଶକୁ। ଭୋଜିଭାତ,ଗୀତ ନାଚରେ ମୁଖରିତ ହେଉଛି ଅନୁଷ୍ଠାନଟି । ଆଜି ଝିଅ ବିଦାୟ ରହିଛି,ତେଣୁ ଟିକେ ଗମ୍ଭୀର ହୋଇଛନ୍ତି ସମସ୍ତେ।ଫୁଲବାଣୀରୁ ଭୁବନେଶ୍ୱର ଏବଂ ସେଠାରୁ ଫ୍ଲାଇଟରେ ନବଦମ୍ପତି ଯିବେ ରାଜସ୍ଥାନ। ଅଲୋଡା ଜୀବନରୁ ମୁଖ୍ୟସ୍ରୋତର ଯାତ୍ରା,କଲ୍ୟାଣକାରୀ ସରକାରଙ୍କ ସଫଳତାର ଗାଥା ନିଶ୍ଚିତ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ରଜତ ଦିଗାଲ, ମମତା ଦାସ, ସଦାଶିବ ପାତ୍ର, ପ୍ରସନ୍ନ ବିଷୋୟୀ ଏବଂ ରାମଚନ୍ଦ୍ର ପରିଡ଼ାଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍, ସିଡ଼ିପିଓର ସୁନୀଲ ପ୍ରଧାନ, ପୂର୍ବତନ ଡି ଏସ ଡ ବ୍ଲୁ ଓ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଜୟନ୍ତୀ ପାଣିଗ୍ରାହୀ, ମହିଳା ସହାୟତା କେନ୍ଦ୍ରର କଳ୍ପନା ମହାନ୍ତି, ନବୀନ କିଶୋର ପଣ୍ଡା, ଫାଦର ପ୍ରଦୀପ ବେହେରା, ଆକ୍ସନଏଡର ସନ୍ଧ୍ୟାରାନି ନାୟକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ମାଲେଶ୍ୱର୍ ପାତ୍ର, ଅନିତା ସାହୁ, ପ୍ରଭାତୀ ମହାରଣା ପ୍ରମୁଖଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟର ବହୁ କର୍ମଚାରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ ନବ ଦମ୍ପତିଙ୍କୁ

nis-ad
Leave A Reply

Your email address will not be published.