ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଜଣେ ଯୁବତୀ ସହ ପାଞ୍ଚ ଗିରଫ…

ଫୁଲବାଣୀ ୨୫/୬: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ ପଞ୍ଚାୟତର କିଆମୁଣ୍ଡା ନିକଟ
ଜଙ୍ଗଲରେ ଗତ ୧୩ ତାରିଖରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ଫିରିଙ୍ଗିଆ ପୋଲିସ ଆଜି ଜଣେ ଯୁବତୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ଏହା ଏକ ପ୍ରେମ ଜନିତ ହତ୍ୟା ଘଟଣା ବୋଲି ତଦନ୍ତରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତ ୧୩ ତାରିଖରେ କିଛି ଲୋକ
କିଆମୁଣ୍ଡା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ
ଯୁବକର ମୃତଦେହ ଦେଖିବାକୁ ପାଇଥିଲେ । ଯୁବକ ଜଣକ ମାଲା ଗ୍ରାମର ରମେଶ ଦିଗାଲଙ୍କ ସାନ ପୁଅ ବସିଆନନ୍ଦ ଦିଗାଲ ବୋଲି ଜଣା ପଡ଼ିଥିଲା । ମୃତ ଯୁବକଙ୍କ ବାପା, ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଥାନା ଅଧିକାରୀ ଏ ସଂକ୍ରାନ୍ତରେ ୯୬/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା l
୧୫ ଦିନ ପରେ ପୋଲିସ ଆଜି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଶାବଳ, କାଠ ଫାଳିଆ ଜବତ କରିଛି । ଗିରଫ ମାନେ ହେଲେ, ଫିରିଙ୍ଗିଆ ଥାନା ଗୁଜାକ୍ରାଡୁ ଗ୍ରାମର ସୋମନାଥ ଦିଗାଲ, ଚନ୍ଦ୍ରିକା ଦିଗାଲ, ଗୁଜାରା ଦିଗାଲ, କୋଟଗଡ଼ ଥାନା ପାରିଗଡ଼ର ଯତୀନ ବଡ଼ସେଠ ଏବଂ ବାଲିଗୁଡ଼ା ଥାନା ଅଞ୍ଚଳ ସରୁପଡ଼ାଗାଁର ଅନନ୍ତ ମଲ୍ଲିକ । ଘଟଣା ଦିନ ମୃତ ଯୁବକଙ୍କୁ ନିଜ ଘରେ ଶାବଳ ଓ କାଠ ଫାଳିଆରେ ହତ୍ୟା କରି ଜଙ୍ଗଲରେ ଝୁଲାଇ ଦେଇଥ‌ିବା ଅଭିଯୁକ୍ତ ମାନେ ପୋଲିସ ଆଗରେ ବୟାନ ଦେଇଛନ୍ତି l ସମସ୍ତ୍ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.