ଶଙ୍କରାଖୋଲରେ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଓଡିଶା ମିଲେଟ ମିସନ ତରଫରୁ ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ମିଲେଟରେ ସିପି ଏବଂ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାମୁଖ୍ୟ କୃଷି ଅଧିକାରି ନୃସିଂହ ଚରଣ ନାୟକ , ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟ, ଆତ୍ମାର ଡେପୁଟି ପ୍ରୋଗ୍ରାମ୍ ନିର୍ଦ୍ଦେଶକ ଅନିଲ ପ୍ରହରାଜ, ମିସନ ଶକ୍ତି ଡିପିସି ସୁନୀଲ କୁମାର ମଲ୍ଲିକ, ଓଡ଼ିଶା ମିଲେଟ ମିସନର ଡିପିସି ଶ୍ରୀମତୀ ସବିତା ସୁବୁଦ୍ଧି, ବିପିନୀ ଦିଗାଲ , ବ୍ଲକ କୃଷି ଅଧିକାରୀ ହେମନ୍ତ ଦାସ , ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ, ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

ମାଣ୍ଡିଆ ଓ ପାରମ୍ପରିକ ଖାଦ୍ୟଶସ୍ୟର ପ୍ରଚାର ପ୍ରସାର, ସଚେତନତା ଓ ଏହା ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟବର୍ଦ୍ଧକ ଖାଦ୍ୟ ପଦାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ବ୍ୟଞ୍ଜନ ଓ ରୋଷେଇ ପ୍ରତିଯୋଗୀତାରେ ବିଭିନ୍ନ ସ୍ଥାନରୁ ୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତିନୋଟି ପର୍ଯ୍ୟାୟରେ ପ୍ରତିଯୋଗୀତା କରାଯାଇ ଶ୍ରେଷ୍ଠ ବିବେଚିତ ହୋଇଥିବା ତିନିଜଣ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର, ଟ୍ରଫି ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଚକାପାଦର ସ୍ବୟଂ ସହାୟକ ଗୋଷ୍ଠୀ, ନାରୀଶକ୍ତି ପ୍ରଥମ ଉଦୟଗିରୀ ସ୍ବୟଂ ସହାୟକ,ଗୋଷ୍ଠୀ, ଅଭିଷିକ୍ତା ଦ୍ଵିତୀୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଙ୍କରାଖୋଲର ଛାତ୍ରୀ କଲ୍ୟାଣୀ କହଁର ତୃତୀୟ ସ୍ଥାନ ହାସଲ କରିଥିଲେ । ଅଧ୍ୟାପକ ଶିବରାମ ବେହେରା ପରିଶେଷରେ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.