ଉଲିପଦର ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ

ସ୍କୁଲ ପରିସର ସାଜିଛି ପାଇଖାନା ସ୍ଥଳ ଓ ଗାଈ ଗୋରୁଙ୍କ ଗୁହାଳ

ଦାରିଙ୍ଗବାଡି,୨୪/୦୬ : ରାଜ୍ୟ ସରକାର ୫ଟି ମାଧ୍ୟମରେ ସାରା ରାଜ୍ୟରେ ଉଚ୍ଚ ଶିକ୍ଷାକୁ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ରୂପାନ୍ତ କରଣ ସହିତ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଥିବା ବେଳେ, ଅନୁ ସୂଚିତ ଜାତି ଓ ଜନଜାତି ପ୍ରାଥମିକ ସେବାଶ୍ରମ ଶିକ୍ଷା ଅନୁଷ୍ଠାନ ପ୍ରତି ଅଣ ଦେଖା କରୁଥିବା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ଝିଞ୍ଜିରିଗୁଡା ଗ୍ରାମ ପଞ୍ଚାୟତର ଉଲିପଦର ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟରୁ ସ୍ପଷ୍ଠ ବାରି ହୋଇ ପଡୁଛି। ଅଞ୍ଚଳର ଅନୁସୂଚିତ ଜାତି ଓ ଜନ ଜାତିର ଶିକ୍ଷାର ବିକାଶ କରିବାକୁ ଯାଇ ୧୯୬୯ ସାଲରେ ଏହି ସ୍କୁଲ ସ୍ଥାପିତ ହାଇଥିଲା। ଏହି ଶିକ୍ଷା ଅନୁଷ୍ଠାନର ଭିତ୍ତି ଭୂମି ଓ ରୂପରେଖକୁ ଦେଖିଲେ ସ୍ପଷ୍ଠ ବାରିହୋଇ ପଡୁଛି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଶିକ୍ଷା ଅଧିକାରୀଙ୍କ ସହିତ ଜିଲା ପ୍ରାସସନଙ୍କ ବୈମାତୃକ ମନ ଭାବ।

ଏହି ବିଦ୍ୟାଳୟରେ ଦୁଇଟି ଶ୍ରେଣୀ କୋଠରୀ ରହିଛି। ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ ପ୍ରାୟ ୪୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ଜଣେ ମାତ୍ର ଶିକ୍ଷକ ଶିକ୍ଷାଦାନ ପାଇଁ ରହିଥିବାରୁ ଗୋଟିଏ ଶ୍ରେଣୀ କୋଠରୀରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ବସାଇ ଶିକ୍ଷକ ଶିକ୍ଷାଦାନ କରୁଥିବା ଗ୍ରାମ ବାସୀ କହିଛନ୍ତି। ସେହିପରି ସରକାରୀ କାମ ନେଇଁ ଶିକ୍ଷକ ଜଣକ ନିୟୋଜିତ ହେଲେ କିମ୍ବା ଶିକ୍ଷକଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେଲେ ବିଦ୍ୟାଳରେ ଶିକ୍ଷା ଦାନ ବନ୍ଦ ରହୁଥିବା ଜଣା ପଡ଼ିଛି। ଏହି ସ୍କୁଲର ଚତୁର୍ପାର୍ଶ୍ଵରେ ପାଚେରୀ ନାହିଁ, ଯାହାରି ଫଳରେ ଅସାମାଜିକ ଲୋକଙ୍କ ପାଇଁ ସ୍କୁଲ ପରିସର ପାଇଖାନା ସାଜିବା ସହିତ ଗାଈଗୋରୁଙ୍କ ଗୁହାଳ ସାଜିଥିବା ଜଣା ପଡ଼ିଛି। ପାନୀୟ ଜଳର ସୁବ୍ୟବସ୍ଥା କରିବାକୁ ଯାଇ ସ୍କୁଲ ପରିସରରେ ନଳକୁଅ ଟିଏ ଅଛି। ହେଲେ ପାନୀୟ ଉପଯୋଗୀ ନଥିବା ଜଣା ପଡ଼ିଛି। ନଳ କୂଅରୁ ଭଲ ପାଣି ବାହାରୁ ନଥିବାରୁ ପାଚିକା ମଧ୍ୟାନ ଭୋଜନ ପାଇଁ ଅଧ କିଲୋମିଟର ଦୂର ଗାଁ ମଝିରେ ଥିବା ନଳକୂଅରୁ ପାଣି ଆଣୁଥିବା କହିଛନ୍ତି। ପ୍ରଶାସନ ସ୍ୱଚ୍ଛତା ଓ ପରିମଳର ନାରା ବାଜି ଦେଉଥିବା ବେଳେ ସ୍କୁଲ ପାଇଖାନ କଥା ନ କହିବା ଭଲ। ସ୍କୁଲ କମିଟି ସଭାପତି ଓ କମିଟି ସଦସ୍ୟ ଗଣ ବିଡ଼ିଓଙ୍କ ସହିତ ଶିକ୍ଷା ବିଭାଗୀୟ ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ବହୁ ବାର ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିବା ସ୍କୁଲ ପରିଚାଳନା କମିଟିର ସଭାପତି କିର୍ତ୍ତନ ରଣସିଂଙ୍କ ସହିତ ପ୍ରସାଦ ପରିଛା ପ୍ରମୁଖ କହିଛନ୍ତି। ୫ଟି ମାଧ୍ୟମରେ ରାଜ୍ୟ ସରକାରଙ୍କ ସହିତ ଜିଲା ପ୍ରଶାସନ ଉଚ୍ଚ ବିଦ୍ୟାଳୟର ସାଜ ସଜା ସହିତ ଶିକ୍ଷକ ନିଯୁକ୍ତି ଦେବାରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରାଥମିକ ଶିକ୍ଷା ପ୍ରତି ଅଣ ଦେଖା କରୁଥିବା ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ମାସ ୨୫ ତାରିଖ ସୁଧା ଶିକ୍ଷକ ନିଯୁକ୍ତି ସହିତ ସ୍କୁଲ ପାଚେରୀ ନିର୍ମାଣ ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ନ ଦେଲେ ସ୍କୁଲରେ ତାଲା ପକାଇ ବାକୁ ବାଧ୍ୟ ହେବୁ ବୋଲି ଉଲିପଦର ସ୍କୁଲ ପରିଚାଳନା କମିଟିର କର୍ମ କାର୍ତ୍ତାଙ୍କ ସହିତ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.