ଲଙ୍କା ଗୁଣ୍ଡ ଫିଙ୍ଗି ହାଣିବା ସହ ଟଙ୍କା ନେଇଗଲେ ଦୁର୍ବୃତ୍ତ…

ବ୍ରହ୍ମପୁର : ଗୋଳନ୍ତରା ଥାନା ଅନ୍ତର୍ଗତ ହଳଦିଆ ପଦର ଜାତୀୟ ରାଜପଥ ଇସକନ୍ ମନ୍ଦିର ନିକଟରେ ଆକ୍ରମଣର ଶିକାର ହୋଇଛନ୍ତି କନିଶି ଗ୍ରାମର କୁନା ଚନ୍ଦ୍ର ଖଟୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ସୂଚନା ଅନୁଯାୟୀ କୁନା ନିଜ ମାଁ ଙ୍କ ଚିକିତ୍ସା ନିମନ୍ତେ ୩ ଲକ୍ଷ ଟଙ୍କା ଯୋଗାଡ କରି ନେଇ ନିଜ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ପୂର୍ବରୁ ଯୋଜନା କରିଥିବା ୩ ଜଣ ଦୁର୍ବୁତ୍ତ କୁନାଙ୍କ ମୁହଁରେ ଲଙ୍କା ଗୁଣ୍ଡ ଫିଙ୍ଗି ଖଣ୍ଡାରେ ଆକ୍ରମଣ କରିବା ସହ ପାଖରେ ଥିବା ୩ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିବା ଜଣା ପଡ଼ିଛି । କୁନାଙ୍କ ହାତର ପାପୁଲିକୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ୍ କୁ ପଠାଇ ଦିଆଯାଇଛି । ଏନେଇ କୁନା ଙ୍କ ପରିବାର ଗୋଲୋନ୍ଥରା ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଚାଲିଛି ।

nis-ad
Leave A Reply

Your email address will not be published.