‘ଦି ଟାଇଟନ୍‌’ ବିସ୍ଫୋରଣ ଅତ୍ୟନ୍ତ ଭୟାବହ : ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ: ଗତ ରବିବାର ‘ଓସେନ୍‌ ଗେଟ୍‌ ଏକ୍ସପିଡିସନ୍‌’ଦ୍ବାରା ପରିଚାଳିତ କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ ଆଟ୍‌ଲାଣ୍ଟିକ୍‌ ମହାସାଗର ଭିତରେ ହଠାତ୍‌ ବିସ୍ଫୋରଣର ଶିକାର ହୋଇଥିଲା। ଫଳରେ ଏଥିରେ ଥିବା ୫ଜଣ ଯାତ୍ରୀଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି। ଏହି ୫ଜଣ ଯାତ୍ରୀ ୧୧୧ବର୍ଷ ପୂର୍ବେ ଆଟ୍‌ଲାଣ୍ଟିକ୍‌ ମହାସାଗରେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଅବଶେଷ ଦେଖିବା ପାଇଁ ଯାଇଥିଲେ।
ସୂଚନାଯୋଗ୍ୟ, ଜୁନ୍‌ ୧୮ ତାରିଖ ଦିନ ଯାତ୍ରା ଆରମ୍ଭ କରିବାର ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପରେ ‘ଦି ଟାଇଟନ୍‌’ ସହିତ ଜଳରାଶି ଉପରେ ଥିବା ତା’ର ‘ମୁଖ୍ୟ ଜାହାଜ’ର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଆମେରିକା ତଟରକ୍ଷୀର ରିୟର ଏଡମିରଲ ଜାନ ମାଗର କହିଛନ୍ତି, ସମୁଦ୍ର ତଳର ବାତାବରଣ ଏତେ ଚ୍ୟାଲେଞ୍ଜିଂ ରହିଛି କି ଆମେ କଳ୍ପନା କରି ପାରିବା ନାହିଁ। ଆମକୁ ଜାହାଜର ଯେଉଁ ଧ୍ବଂସାବଶେଷ ମିଳିଛି ସେଥିରୁ ଜଣାପଡ଼ୁଛି କି ଏହା ଭୟାବହ ବିସ୍ଫୋରଣ ଶିକାର ହୋଇଛି। ଆମେ ଏହା ଉପରେ କାମ କ୍ରମାଗତ ଜାରି ରଖିଛୁ। ‘ଦି ଟାଇଟନ୍‌’ର ସମସ୍ତ ଧ୍ବଂସାବଶେଷକୁ ନିଶ୍ଚୟ ଖୋଜିବୁ। ସମସ୍ତ ଧ୍ବଂସାବଶେଷ ମିଳେଇ ଯାଇ କୌଣସି ନିଷ୍ପତ୍ତି ନିଆଯାଇ ପାରିବ କି ବାସ୍ତବରେ ଜାହାଜ ସହିତ କ’ଣ ଘଟିଥିଲା।
ତେବେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ଭିଡିଓ ‌ପୋଷ୍ଟ ହୋଇଛି। ଯେଉଁଥିରେ ଦାବି କରାଯାଇଛି କି ଏହା ‘ଦି ଟାଇଟନ୍‌’ର ବିସ୍ଫୋରଣ ସମୟର ବୋଲି। କିନ୍ତୁ କୌଣସି ଅଧିକାରିକ ସୂଚନା ନାହିଁ।
ଆମେରିକୀ ନୌସେନାର ସମୁଦ୍ର ଚିକିତ୍ସା ଓ ରେଡିଏସନ ହେଲଥର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର. ହେଲ ମୋଲେ କହିଛନ୍ତି, ‘ଦି ଟାଇଟନ୍‌’ ଭିତରେ ଥିବା ଯାତ୍ରୀଙ୍କ ମୃତ୍ୟୁ ଗୋଟିଏ ଝଟକାରେ ହୋଇଯାଇଥିବ। ଯାହାକି ଯାତ୍ରୀମାନେ ସେମାନଙ୍କ ସହିତ କ’ଣ ଘଟିଲା କିଛି ବୁଝି ବି ପାରି ନଥିବେ।
ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ସଦସ୍ୟ କହିଛନ୍ତି, ‘ଟାଇଟାନିକ୍‌’ର ଅବଶେଷ ଦେଖିବାକୁ ଯିବ‌ା ସମୟରେ ଯାତ୍ରୀମାନଙ୍କୁ ଏକ ଡକ୍ୟୁମେଣ୍ଟରେ ଦସ୍ତଖତ କରିବାକୁ କୁହାଯାଇଥାଏ। କାରଣ ଯଦି ଯାତ୍ରା ସମୟରେ କିଛି ହୋଇଯାଏ ତେବେ ସେଥିପାଇଁ ସେମାନେ ହିଁ ଦାୟୀ ରହିବେ। କାରଣ ‘ଟାଇଟାନିକ୍‌’ର ଅବଶେଷ ସମୁଦ୍ରର ଯେଉଁସ୍ଥାନରେ ରହିଛି, ତାହା ଅତ୍ୟନ୍ତ ବିପଦପୂର୍ଣ୍ଣ । କୌଣସି ମୁହୂର୍ତ୍ତରେ କିଛି ବି ଘଟିବାର ସମ୍ଭାବନା ରହିଥ‌ାଏ।
‘ଦି ଟାଇଟନ୍‌’ ବିସ୍ଫୋରଣ ଅତ୍ୟନ୍ତ ଭୟବହ ରହିଥିବା ଅନୁମାନ କରାଯାଉଛି। ମୃତଦେହ ଉଦ୍ଧାର ହୋଇପାରିବ କି ନାହିଁ ସନ୍ଦେହ ରହିଛି। ଏଥିରେ ବସିଥିବା ଯାତ୍ରୀଙ୍କ କ’ଣ ଯେ ଅବସ୍ଥା ହୋଇଥିବା ତାହା କଳ୍ପନା ବି କରି ହେଉନାହିଁ।’

nis-ad
Leave A Reply

Your email address will not be published.