ଶିକ୍ଷାବର୍ଷ ର ପ୍ରଥମ ଦିନରୁ ବାଟ ହୁଡ଼ିଲାଣି ପାଠପଢା…

କେଉଁଠି ଶିକ୍ଷକ ଅଭାବ ତ କେଉଁଠି ରନ୍ଧା ହେଇନି ମଧ୍ୟାହ୍ନ ଭୋଜନ ।

ମାଲକାନଗିରି// ପଡିଆ, ୨୨/୦୬ ବୁଧବାର ଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କ ସହମତି କ୍ରମେ ଚଳିତ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ ହେବା ସହ ସ୍କୁଲ ଗୁଡିକ ଖୋଲିବାକୁ ନିର୍ଦେଶ ରହିଥିଲା। ପାଣିପାଗ ସ୍ଥିତିକୁ ପରଖି ଜିଲ୍ଲପାଳ ମାନେ ସ୍କୁଲ ଖୋଲିବାକୁ ସବୁଜ ସଙ୍କେତ ଦେବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ମଧ୍ୟ ବୁଧବାର ଠାରୁ ସ୍କୁଲ ଖୋଲାଯିବାକୁ ଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ମୁଖ୍ୟତଃ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ତାଣ୍ଡାବାଇ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ପ୍ରାଥମିକ ବିଦ୍ୟାଲୟରେ ଦୁଇଜଣ ଶିକ୍ଷକ ରହିଥିବା ବେଳେ ଜଣେ ଶିକ୍ଷକ ଆସି କେବଳ ସ୍କୁଲ ଖୋଲିଥିଲେ। ଏହି ସ୍କୁଲରେ ୬ ରୁ ୭ ଜଣ ସ୍କୁଲ ପିଲା ଆସିଥିଲେ ମଧ୍ୟ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତି ହୋଇ ନଥିଲା। ସେହିପରି ଏହି ପଞ୍ଚାୟତର ମୁକାନପଲ୍ଲୀ ପ୍ରାଥମିକ ବିଦ୍ୟାଳୟଟି ତାଲାବନ୍ଦ ହୋଇ ରହିଥିଲା, ତେବେ ଦିନ ୧୧ ଟା ସ୍କୁଲ ଖୋଲି ପୁଣି ଏକ ଘଣ୍ଟା ପରେ ବନ୍ଦ କରି ଦିଆଯାଇଥିଲା। ସେହିପରି ମୋଟୁ ପଞ୍ଚାୟତ ଅନ୍ତର୍ଗତ ପେଟା ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଲୟରେ ମଧ୍ୟ ଦୁଇ ଶିକ୍ଷକ ବିଭାଗୀୟ ପୋଷାକ ନପିନ୍ଧି ସ୍କୁଲକୁ ଆସିଥିବା ବେଳେ କେହି ଛାତ୍ରଛାତୀ ସ୍କୁଲ଼କୁ ଆସିନଥିବା ଦେଖିବାକୁ ମିଳିଛି। ଏହି ପରି ବିଭିନ୍ନ ସ୍ଥାନରେ ସ୍କୁଲ ଶିକ୍ଷକ ଆସିନଥିବା ବେଳେ ଆଉ କେତେକ ସ୍ଥାନରେ ସ୍କୁଲ ପିଲାଙ୍କ ଦେଖା ମିଳିନଥିଲା। ସ୍କୁଲ ଖୋଲିବାର ପ୍ରଥମ ଦିନରେ ସ୍କୁଲ ଗୁଡିକର ଏଭଳି ଅବସ୍ଥା ବିଭାଗୀୟ ଢ଼ିଲାପଣକୁ ପଦାରେ ପକାଉଥିବା ବେଳେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମଧ୍ୟ ଏ ଦିଗରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ପ୍ରତ୍ୟକ ଥର ଏଭଳି ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। କରୋନା ପରଠାରୁ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭାଗୀୟ କର୍ମଚାରିଙ୍କ ଢ଼ିଲାପଣ ଯୋଗୁଁ ଏଭଳି ଚିତ୍ର ସାମ୍ନାକୁ ଆସୁଥିବାରୁ ବିଭାଗ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.