କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଡ୍ରୋନ ଚିକିତ୍ସା ସେବା ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଜିଲ୍ଲାପାଳ ଆଶୀଷ ଈଶ୍ବର ପାଟିଲ ଦୁର୍ଗମ ଅଞ୍ଚଳକୁ ଡ୍ରୋନ ସାହାଯ୍ୟରେ ଔଷଧ ପଠେଇବା ପାଇଁ ଡ୍ରୋନ ସେବାର ଉଦ୍‌ଘାଟନ କରିଛନ୍ତି । କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଦୁର୍ଗମ ତଥା ରାସ୍ତାଘାଟର ଅଭାବ ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟ ସେବା । ଏହାର ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗ ଏବେ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ସହାୟତା ନେଇଛି । ଅପହଞ୍ଚ ଅଞ୍ଚଳରେ ସେବା ଯୋଗାଇ ଦେବା ପାଇଁ ଗୁରୁବାର ଠାରୁ ଡ୍ରେନ୍ ସେବା ଆରମ୍ଭ ହେଇଛି । କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳ ପାହାଡ଼ ଓ ଘଞ୍ଚ ଜଙ୍ଗଲ ନିକଟରେ ରହିଛି । ଗାଁକୁ ଯିବାକୁ ଭଲ ରାସ୍ତା ଟିଏ ନାହିଁ ଜରୁରୀ ଡାକ୍ତର ସେବା ପାଇବାରୁ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି । ଲୋକଙ୍କ ପାଖରେ ଠିକ୍ ସମୟରେ ଔଷଧ ପହଞ୍ଚି ପାରୁନାହିଁ । ଏଭଳି ପରିସ୍ଥିତିରେ ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି । ଯାହାକି ଓଡ଼ିଶାରେ
ପ୍ରଥମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତର ସେବା ପହଞ୍ଚାଇବା ପାଇଁ ଡ୍ରୋନ ବ୍ଯବସ୍ଥା କରାଯାଇଛି l ଆଜି ଠାରୁ ଡ୍ରୋନ୍ ସ୍ଵାସ୍ଥ୍ୟ ସେବାରେ ଲାଗିବ ବୋଲି. ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବେଲଘର, ତୁମୁଡିବନ୍ଧ, ଲଙ୍କାଗଡ, କୋଟଗଡ଼ ସୁବର୍ଣ୍ଣଗିରି ଅଞ୍ଚଳରେ ଏହି ସେବା ଲାଗୁ ହେବ l ରୋଗୀଙ୍କୁ ଜରୁରୀକାଳୀନ ଟୀକା ରକ୍ତ ଓ ମଳମୂତ୍ରର ନମୁନା ସଂଗ୍ରହ ତଥା ଔଷଧ ଆଦି କମ ସମୟ ଓ କମ ଖର୍ଚ୍ଚରେ ପହଞ୍ଚାଇବା ନେଇ ଡ୍ରୋନ କାମ କରିବ । ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.