୨୬ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ପିଲାଙ୍କ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ଯୁକ୍ତ -୨ ନାମଲେଖା ନେଇ ବଡ ଖବର ଆସିଛି । ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିବାର ଅବଧିକୁ ରାଜ୍ୟ ସରକାର ଜୁନ୍ ୨୬ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁନ୍ ୨୦ ପର୍ଯ୍ୟନ୍ତ ରହିଥିଲା । ଅଭିଭାବକ,ଛାତ୍ରଛାତ୍ରୀ ଓ କଲେଜ ଅଧ୍ୟକ୍ଷମାନଙ୍କ ଅନୁରୋଧରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସ୍କୁଲ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

ସୂଚନା ଅନୁସାରେ, ଯୁକ୍ତ ଦୁଇ ପ୍ରଥମବର୍ଷ ବା ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ସାମସ୍ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦/୦୬/୨୦୨୩ ପରିବର୍ତ୍ତେ ୨୬/୦୬/୨୦୨୩ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତିା ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଯୁକ୍ତ ଦୁଇରେ ନାମଲେଖା ପାଇଁ ଜୁଲାଇ ୨ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୩ରୁ ୮ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ମେରିଟ୍ ଲିଷ୍ଟ ଜୁଲାଇ ୧୬ରେ ପ୍ରକାଶ ପାଇବ ଓ ନାମଲେଖା ଜୁଲାଇ ୧୯ରେ ଶେଷ ହେବ ।

ସେହିପରି ଅନ୍‌ଲାଇନ୍‌ ସ୍ପଟ୍ ଚୟନ ଆଡମିସନ ପ୍ରକ୍ରିୟା ଜୁଲାଇ ୧୭ରୁ ଆରମ୍ଭ କରାଯାଇ ୨୭ ସୁଦ୍ଧା ସଂପାଦନ କରାଯିବା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୨୯ରେ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବା ଅଦ୍ୟାବଧି ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତିା

nis-ad
Leave A Reply

Your email address will not be published.