ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ

 ଭୁବନେଶ୍ୱର :ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୨-୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ବର୍ଷା ବିସ୍ତତି ବଢ଼ିବ । ରାଜ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

୨୨ରେ ବଢ଼ିବ ବର୍ଷା ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠାରୁ ରାଜ୍ୟରେ ତାତି କମିପାରେ । ଆଜି ରାଜ୍ୟରେ ସାମାନ୍ୟ ହ୍ରାସ ପାଇଛି ଗ୍ରୀଷ୍ମପ୍ରବାହ ।

nis-ad
Leave A Reply

Your email address will not be published.