ଟ୍ରେନ ବଗି ଏବେ ଯନ୍ତ୍ରଣା ସେଣ୍ଟରରେ ପରିଣତ ହୋଇଛି, ଆରଜେଡି ସହ ଆପ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଭାରତୀୟ ରେଳବାଇର ଖରାପ ଅବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଟ୍ରେନରେ ଏସି ଏବଂ ସ୍ଲିପର କୋଚର ଅବସ୍ଥା ଜେନେରାଲ ବା ସାଧାରଣ କୋଚଠାରୁ ବି ଖରାପ ହୋଇଯାଇଛି। ଆପ ସଂଯୋଜକ ଟ୍ୱିଟ କରି ଲେଖିଛନ୍ତି ଯେ,’ଯେଉଁମାନଙ୍କ ଦ୍ୱାରା ଟ୍ରେନ ଚାଲୁନାହିଁ, ସେମାନେ ଦେଶ କଣ ଚଲାଇବେ’ | ଠିକଠାକ ଚାଲୁଥିବା ରେଳବାଇକୁ ମୋଦୀ ସରକାର ନଷ୍ଟ କରିଦେଇଛନ୍ତି | ଆଜି, ଯଦି ଆପଣ ଏସି କୋଚର ରିଜର୍ଭେସନ ଟିକେଟ କାଟିବେ, ତେବେ ବି ଆପଣ ବସିବା କିମ୍ବା ଶୋଇବା ପାଇଁ ଆସନ ପାଇବେ ନାହିଁ |
ସାଧାରଣ ବଗି ଅପେକ୍ଷା ଏସି ଏବଂ ସ୍ଲିପର କୋଚ୍ ଅବସ୍ଥା ଖରାପ ହୋଇଯାଇଛି | ସେମାନେ କିପରି ସରକାର ଚଳାଇବେ ଜାଣନ୍ତି ନାହିଁ। କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅଶିକ୍ଷିତ ସରକାର ବୋଲି ବି କହିଛନ୍ତି | ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ବିଜେପି କହିଛି ଯେ, କେଜ୍ରିୱାଲ ତୁମେ ଠିକ୍ କହିଛ, ତୁମେ ସରକାର କିପରି ଚଳାଇବ ତାହା ଜାଣି ନାହଁ। ମିଛ କହିବା, ଠକିବା, ପ୍ରଚାର କରିବା ଏବଂ ଅଭିଯୋଗ କରିବା ତୁମେ କେବଳ ଜାଣିଛ, ନଚେତ୍ ଦିଲ୍ଲୀ ଅବସ୍ଥା ଏତେ ଖରାପ ହୋଇନଥାନ୍ତା।
ତେବେ କେବଳ ଆପ ନୁହେଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି କହିଛି ଯେ ଟ୍ରେନ୍ କୋଚମାନଙ୍କୁ ନିର୍ଯାତନା କେନ୍ଦ୍ରରେ ପରିଣତ କରାଯାଇଛି। ରାଷ୍ଟ୍ରୀୟ ଜନତା ଦଳ ଟ୍ୱିଟ୍ କରି କହିଛି, “ରେଳ କୋଚ୍ ସାଧାରଣ ଲୋକଙ୍କ ପାଇଁ ନିର୍ଯାତନା କେନ୍ଦ୍ରରେ ପରିଣତ ହୋଇଛି। ! ଏସି, ସ୍ଲିପର ଓ ଜେନେରାଲ ବଗିର ଅବସ୍ଥା ଖରାପ ହୋଇଯାଇଛି | ସବୁ ଜାଣି ମଧ୍ୟ ସରକାର ଅତିରିକ୍ତ ଟ୍ରେନ୍ କିମ୍ବା କୋଚ୍ ବ୍ୟବସ୍ଥା କରୁନାହାଁନ୍ତି।

nis-ad
Leave A Reply

Your email address will not be published.