ରୋଲର ଭାରସାମ୍ୟ ହରାଇ ଖାଲରେ ପଡ଼ି ଡ୍ରାଇଭର ମୃତ୍ୟୁ

ଦାରିଙ୍ଗବାଡ଼ି,୧୩/୬.ଦାରିଙ୍ଗବାଡ଼ି ବ୍ଳକ ପର୍ତ୍ତମାହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାତେସବାନ୍ଦା ଗ୍ରାମର ପିହାକା ପ୍ରଧାନଙ୍କ ପୁଅ ଅକ୍ଷୟ ପ୍ରଧାନ(୪୫) ଲତେଶବାନ୍ଦା ଗ୍ରାମ ନିକଟ ଗ୍ରାମ ଡିହୁମାର ରାସ୍ତା ନିର୍ମାଣ କାର୍ଯ୍ୟରେ ଅକ୍ଷୟ ରୁଲର ଡ୍ରାଇଭ ଭାବେ ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିଲେ । କୋୖଣସି କାରଣରୁ ରୁଲର ଆୟତ୍ତ ବାହାରେ ହୋଇ ଆଗକୁ ଗଡ଼ି ରାସ୍ତା କଡ଼ ଗାତରେ ପଡ଼ି ଦୁର୍ଘଟଣା ହୋଇଥିଲା। ଏଥିରେ ଡ୍ରାଇଭ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ଡାକ୍ତର ଚିକିତ୍ସା କରିବା ସମୟରେ ମୃତ ହୋଇ ଥିବା ଘୋଷଣା କରିଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.