ରାଜସ୍ୱ ବିଭାଗ ଅଧିକାରୀ ଙ୍କ ଆଶ୍ରିବାଦ ରେ ବାଲି ଓ ପଥର ମାଫିଆ :ଆସ୍କା ଅଞ୍ଚଳରେ କୋଟି କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ…!


ବ୍ରହ୍ମପୁର: ଆସ୍କା ରେ ଥିବା ଋଷିକୂଲ୍ୟା ଓ ବଦନଦୀ ର ବାଲି ଜିଲ୍ଲା ସମେତ ଜିଲ୍ଲା ଓ ରାଜ୍ୟ ବାହାରେ ଚାହିଦା ରହିଛି। ଏହିବାଲି ରେ ଘର ତିଆରି କରିଲେ ଅଧିକ ମଜବୁତ ରହେ।ଏହାର ସୁଯୋଗ ନେଇ ଆସ୍କା ଅଞ୍ଚଳ ର ରାଜନେତା, ସମାଜ ସେବୀ ଓ ଅପରାଧ ତତ୍ୱ ମାନେ ସେମାନଙ୍କ ର ସମର୍ଥକ ଓ ନିଜଲୋକ ଙ୍କ ନାମରେ ସାଗମାଛ ଦରରେ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ଓ ବିଭାଗୀୟ ଉଚ୍ଚ ଅଧିକାରୀ ମାନଙ୍କୁ ମୁଠା ମୁଠା ଟଙ୍କା ଦେଇ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ବାଲି ଘାଟ ଓ ପଥର କୁଆରୀ ନେଇ ମାଫିଆ ମାନେ ଆସ୍କା ଅଂଚଳ ରୁ ଦୈନିକ ତିରିଶି ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିଲେ ମଧ୍ୟ ରାଜସ୍ୱ ଵିଭାଗକୁ ଦୈନିକ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଆୟ ହେଉନଥିବା ସଚେତନ ମହଲରେ ଆଲୋଚନା ହେଉଛି।ବାଲି ଗୁତା କେତେକ ରାଜନେତା ଙ୍କ ସମ୍ପର୍କୀୟ ଙ୍କ ନାମ ରେ ମଧ୍ୟ ନେଇ ଥିବାର ନଜିର ରହିଛି।ବାଲି ବ୍ୟବସାୟ ରେ ଲକ୍ଷ ଲକ୍ଷ ଟଙ୍କା ଆୟ ହେଉଥିବା ଯୋଗୁ ଆସ୍କା ଅଞ୍ଚଳ ର

ଅଧିକାଂଶ ଅପରାଧ ତତ୍ୱ ମାନେ ବିଭିନ୍ନ ଘାଟରେ ରହି ସରକାର ଙ୍କ ଦ୍ୱରା ନିର୍ଧାରିତ ହୋଇଥିବା ବାଲିଘାଟ ଗୁଡିକରୁ ବହୁଗୁଣରେ ବାଲି ଜେ ସି ବି ସାହାଯ୍ୟରେ ଟ୍ରାକ୍ଟର ,ଟ୍ରକ ଓ ହାଇବା ସାହାଯ୍ୟ ରେ ଗୋଟିଏ ଗୋଟିଏ ଘାଟରୁ ଦୈନିକ ଶହ ଶହ ଗାଡି ବାଲି ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ କରୁଥିଲେ ମଧ୍ୟ ରାଜସ୍ୱ ଓ ପୋଲିସ ବିଭାଗ ଚୁପ ରହିବା ଯୋଗୁଁ ରାଜନେତା ଓ ଅପରାଧ ତତ୍ୱ ମାନେ କୋଟି କୋଟି ଟଙ୍କାର ମାଲିକ ହେବା ଯୋଗୁଁ ଆଗାମୀ ଦିନରେ ଆସ୍କା ଅଞ୍ଚଳ ରେ ପୁଣି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସମ୍ଭାବନା ରହିଛି ବୋଲି ସାଧାରଣ ରେ ଆଲୋଚନା ହେଉଛି। ସରକାରୀ ନିୟମ କୁ ଭାଙ୍ଗି ବାଲି ଘାଟରୁ ଏପରିକି ପୋଲୋ ନିକଟରୁ ଅତ୍ୟଧିକ ବାଲି ନେବା ଫଳରେ ନଦୀବନ୍ଧ ଦୁର୍ବଳ ହେବା ସହ ନଦୀ ଗୁଡିକ ର ଗତି ପରିଵର୍ତନ ହୋଇ ବନ୍ୟା ଭଳି ପରିସ୍ଥିତି ହେବାର ନଜିର ରହିଛି ଏବଂ ପୋଲୋ ଭୁଷୁଲିବା କଥା କୁ ବି ଏଡାଇ ଦିଅନଯାଇପାରେ । ଏହି ପରିପେକ୍ଷି ରେ ସୂଚନା ଆଇନ ଦ୍ଵାରା ତଥ୍ୟ ମଗା ଗଲେ କୌଣସି ତଥ୍ୟ ଦେବାକୁ ରାଜି ନାହାନ୍ତି ଆସ୍କା ତହସିଲଦାର, ଖାମ ଖିଆଲି ଭାବେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ନଦେଇ ଆବେଦନ କାରୀଙ୍କୁ ନାଲି ଆଖି ଦେଖାଇ ଏବଂ ସାମାନ୍ୟ ତଥ୍ୟ ଦେବା ପାଇଁ ୫0 ହଜାର ଟଙ୍କା ଡିପୋଜିଟ କରିବାକୁ ଚିଠା ପଠାଇ ଦେଇ ଚୁପ ରହିବା ପାଇଁ ବାଧ୍ୟ କରିବାକୁ ମଧ୍ୟ ଦୃଷ୍ଟାନ୍ତ ରହିଛି l ପାହାଡ ଲିଜ ନେଇଥିବା ବ୍ୟକ୍ତି ବିଶେଷ ମାନେ ପାହାଡ ଫୁଟାଇବା ସମୟ ରେ ସରକାର ଙ୍କ ପକ୍ଷରୁ ବେଆଇନ ହୋଇଥିବା ଜିଲୋଟିନ ଅବାଧ ରେ ଆଣି ପାହାଡ ଫୁଟାଉ ଥିବା ଯୋଗୁ ଧନ ଜୀବନ ନଷ୍ଟ ହେବ ସହ ନିକଟ ରେ ଥିବା ଘରଦ୍ଵର ରେ ଫାଟ ଓ ଚାଷଜମି ରେ ପଥର ଗୁଣ୍ଡ ପଡିବା ଫଳରେ ଚାଷ ଜମି ର ଉର୍ବରତ କମିଯାଉ ଥିବା ମଧ୍ୟ ଅଭିଯୋଗ ହେଉଛି । ଏହିସବୁ ପାହାଡ ଫୁଟାଇବା ଯୋଗୁଁ ଜାତୀୟ ପକ୍ଷୀ ମୟୁର, ନିକଟରେ ଥିବା ଜଙ୍ଗଲରୁ ମାଙ୍କଡ, ଓ ହରିଣମାନେ ଗାଁ ମୁହାଁ ହେଉଛନ୍ତି।ଚଳିତ ବର୍ଷ ଜାନୁଆରୀ ମାସରୁ ପୋଲିସ କିମ୍ବା ରାଜସ୍ବ ବିଭାଗ ପକ୍ଷରୁ ବାଲି କିମ୍ବା ପଥର ଚାଲାଣ ହେଉଥିବା ଯାନବାହନ କୁ ଧର।ପଗଡ ହେଉନଥିବାର ଲକ୍ଷକରା ଯାଉଛି। ଗଞ୍ଜାମ ଜିଲ୍ଲା ପାଳ, ପୋଲିସ ଆରକ୍ଷୀ ଅଧିକ୍ଷକ ଓ ରାଜସ୍ବ ମନ୍ତ୍ରୀ ତୁରନ୍ତ ଧ୍ୟାନ ଦେଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେବାରୁ ବଂଚିତ ହେବା ସହ ଅଧିକ ଆୟ ହେବ ବୋଲି ସଚେତନ ମୋହଲ ରେ ଆଲୋଚନା ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସହରର ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.