ରାଜ ଖଣ୍ଡାୟତ ବିଶୋଇ ସମାଜ ଗଠିତ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଠାରେ ରାଜ ଖଣ୍ଡାୟତ ବିଶୋଇ ସମ୍ପ୍ରଦାୟଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି l ବ୍ରଜସୁନ୍ଦର ବିଶୋଇଙ୍କ ନେତୃତ୍ୱ ଅନୁଷ୍ଠିତ ଏହି ସଭାରେ ଜ଼ିଲ୍ଲା ବିଭିନ୍ନ ବ୍ଲକରୁ ରାଜ ବିଶୋଇ ସମ୍ପ୍ରଦାୟର ଶତାଧିକ ନେତୃବୃନ୍ଦ ଉପସ୍ଥିତ ଥିଲେ l ମୁଖ୍ୟଅତିଥି ରୂପେ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଅତିଥି ରୂପେ ଜାଗ୍ରତ କନ୍ଧମାଳର ଉପଦେଷ୍ଟା ଶ୍ୱେତବନ ପୂଜାରୀ ଆଇନଜୀବୀ ମହେଶ୍ୱର ମହାରଣା, ଓବିସି ସଂଗଠକ ବିପ୍ରବର ସ୍ୱାଇଁ ଉପସ୍ଥିତ ଥିଲେ l ରାଜ ବିଶୋଇ ସମ୍ପ୍ରଦାୟଙ୍କ ଉନ୍ନତି,ସାମାଜିକ ସ୍ଥିତି, ସା ମ୍ବିଧାନିକ ସ୍ଥିତି ବିଷୟରେ ଆଲୋଚନା କରାଯାଇ ଏକ ସମାଜ ଗଠନ କରାଯିବାକୁ ନିଷ୍ପତି କରାଗଲା l ସଂଗଠନର ନାମ ସର୍ବସମ୍ମତି କ୍ରମେ ରାଜ ଖଣ୍ଡାୟତ ବିଶୋଇ ସମାଜ କନ୍ଧମାଳ ନାମକରଣ କରାଯାଇ କମିଟି ଗଠନ କରାଗଲା l ସର୍ବସଂମତି କ୍ରମେ ସଭାପତି ରୂପେ ବ୍ରଜସୁନ୍ଦର ବିଶୋଇ, ଉପସଭାପତି ଚୈତନ୍ୟ ବିଶୋଇ, ସାଧାରଣ ସମ୍ପାଦକ ଅମୁଲ୍ୟ ବିଶୋଇ l ସହ ସମ୍ପାଦକ ଜଗନ୍ନାଥ ବିଶୋଇ କୋଷାଧକ୍ଷ ତ୍ରିନାଥ ବିଶୋଇ ତେର ଜଣ ଉପଦେଷ୍ଟା, କୋଡିଏ ଜଣ କାର୍ଯ୍ୟକାରୀ ସଦସ୍ୟ ଓ ନଅ ଜଣ ସଂଯଯୋକ ନିର୍ବାଚିତ ହୋଇଥିଲେ l ସମାଜର ଲାର୍ଯ୍ୟାଳୟ ସାରଙ୍ଗଡ଼ ଠାରେ ରଖା ଯିବାକୁ, ସମାଜର ଅର୍ଥ ଜମା ନିମନ୍ତେ ଷ୍ଟେଟ ବ୍ୟାଙ୍କ ସାରଙ୍ଗଡ଼ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ରେ ରଖା ଯିବାକୁ ନିଶ୍ଚିତ କରିଥିଲେ l

ସମାଜ ପ୍ରତି ଯୁବପିଢ଼ି କିପରି ଆକୃଷ୍ଟ ହେବେ ସେଥିପାଇଁ ଦୃଷ୍ଟି ଦେବାକୁ ଅତିଥି ବିପ୍ରବର ସ୍ୱାଇଁ ମତ ଦେଇଥିଲେ l କିପରି ସମାଜ ସୁଦୃଢ ହେବ ଭାଇ ଚାରା ରହିବ, ଗରିବ ଛାତ୍ରଛାତ୍ରୀ ପଢ଼ି ପାରିବେ ବକ୍ତବ୍ୟ ମଧ୍ୟରେ ଆଲୋଚନା କରିଥିଲେ l ଅତିଥି ମହେଶ୍ୱର ମହାରଣା ନିଜ ଜାତିକୁ ପ୍ରଥମେ ଭଲ ପାଇବାକୁ ପରାମର୍ଶ ଦେଇଥିଲେ,ଉପସ୍ଥିତ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ସମାଜକୁ ସୁଦୃଢ କରିବାକୁ ଶପଥ ନେଇ ସମାଜ କମିଟି ପଞ୍ଜିକରଣ ନିମନ୍ତେ ଆଇନଜୀବୀ ସତ୍ୟନାରାୟଣ ବେହେରା ଙ୍କୁ ଦାଇତ୍ୱ ଅର୍ପଣ କରିଥିଲେ l ଶ୍ରୀଯୁକ୍ତ ବେହେରା ସମାଜ ଗଠନ କରିବା ସହିତ ନିଜର ସା ମ୍ଭିଧାନିକ ଅଧିକାର ନିମନ୍ତେ ଆଗାମୀ ଦିନରେ ଓବିଶିଙ୍କ ନିମନ୍ତେ ବିଧାୟକ, ସାଂସଦ, ଓ ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରତ୍ୟେକ ବ୍ଲକରେ ଆବାସିକ ବିଦ୍ୟାଳୟ ସ୍ଥାପନ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବି କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ l ଶେଷରେ ପୀତବାସ ବିଶୋଇ ଧନ୍ୟବାଦ ଦେଇଥିଲେ l

nis-ad
Leave A Reply

Your email address will not be published.