ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି : ଜୟଶଙ୍କର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ରାହୁଲ ଗାନ୍ଧିଙ୍କର ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି ଏବଂ ଯେତେବେଳେ ବି ସେ ଭାରତ ବାହାରକୁ ଯାଆନ୍ତି, ସେ ଆମ ରାଜନୀତି ଉପରେ ମନ୍ତବ୍ୟ ଦିଅନ୍ତି।
ଆଜି ସାରା ବିଶ୍ୱ ଆମକୁ ଦେଖୁଛି ଏବଂ ସେମାନେ କ’ଣ ଦେଖୁଛନ୍ତି? ଭାରତରେ ନିର୍ବାଚନ ହେଉଛି.. କେତେବେଳେ ଗୋଟିଏ ଦଳ ଜିତିଥାଏ ତ ଆଉ କେତେବେଳେ ଅନ୍ୟ ଦଳ ଜିତିଥାଏ। ଯଦି ଦେଶରେ ଗଣତନ୍ତ୍ର ନଥାନ୍ତା, ତେବେ ଏଭଳି ପରିବର୍ତ୍ତନ ହେଉନଥାନ୍ତା । ରାହୁଲ ଦେଶ ଭିତରେ ଯାହା କରନ୍ତି ସେଥିରେ ମୋର କୌଣସି ଆପତ୍ତି ନାହିଁ, କିନ୍ତୁ ଜାତୀୟ ରାଜନୀତିକୁ ଦେଶ ବାହରକୁ ନେଇଯିବା ଦେଶର ସ୍ୱାର୍ଥରେ ବୋଲି ମୁଁ ଭାବୁନାହିଁ । ”
ଜୟଶଙ୍କର କହିଛନ୍ତି ଯେ ବିଶ୍ୱର ଏକ ବଡ଼ ଅଂଶ ବର୍ତ୍ତମାନ ଭାରତକୁ ଏକ ବିକାଶଶୀଳ ଅଂଶୀଦାର ଭାବରେ ଦେଖୁଛି ଏବଂ ଆମେ ଅର୍ଥନୀତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛୁ । ଭାରତ କାହାର ଚାପରେ ଆସୁନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ସେ କହିଛନ୍ତି ଯେ ବିଶ୍ବର ବିକାଶଶୀଳ ଦେଶମାନେ ଭାରତକୁ ନିଜର ନେତା ବୋଲି ଭାବୁଛନ୍ତି ।
ସୂଚନାଯୋଗ୍ୟ ଯେ ଏବେ ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧି ଭାରତରେ ଅସହିଷ୍ଣତା ଓ ହିଂସାର ବାତାବରଣକୁ ସମାଲୋଚନା କରିଥିଲେ ଓ ଏଥିପାଇଁ ବିଜେପି ଓ ଆରଏସଏସକୁ ସମାଲୋଚନା କରିଥିଲେ । ଏହାର ଜବାବରେ ବିଜେପି କହିଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ବିରୋଧରେ ଥିବା ଘୃଣା ଧୀରେ ଧୀରେ ଦେଶ ବିରୋଧୀ ଘୃଣାରେ ପରିଣତ ହୋଇଯାଇଛି ।

nis-ad
Leave A Reply

Your email address will not be published.