୨୭୫ରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର  ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ସୁଦ୍ଧା ସେଥି ମଧ୍ୟରୁ ୧୦୮ ଜଣଙ୍କ ମୃତଦେହ ଚି଼ହ୍ନଟ କରାଯାଇଛି। ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଛି। ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚି଼ହ୍ନଟ କରିଥିବା ବେଳେ ଖୁବ ଶୀଘ୍ର ସେମାନଂକୁ ହସ୍ତାନ୍ତର କରାଯିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀଜେନା କହିଛନ୍ତି ଯେ, ୨୭୫ଟି ମୃତଦେହ ମଧ୍ୟରୁ ୧୯୦ଟି ଭୁବନେଶ୍ୱରକୁ ଅଣାଯିବ। ଏଥିରୁ ୧୮୦ଟି ମୃତଦେହ ପହଂଚିଥିବା ବେଳେ ଆଉ ୧୦ଟି ଖୁବ ଶୀଘ୍ର ପହଂଚିବ।୧୮୦ଟି ମଧ୍ୟରୁ ୨୩ଟି ମୃତଦେହ ଚି଼ହ୍ନଟ ହୋଇଥିବା ବେଳେ ହସ୍ତାନ୍ତର ପକ୍ରିୟା ଆରମ୍ଭ ହୋଇଯାଇଛି। ଏହା ସହ ଦେଶର ଯେକୌଣସି ସ୍ଥାନରୁ ଏହି ଟ୍ରେନରେ ଥିବା ସମ୍ପର୍କୀୟଙ୍କ ବିଷୟରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବସାଇଟ ଏବଂ ଦୁଇଟି ଟୋଲ ଫି ନମ୍ବର ଜାରି କରାଯାଇଛି। ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଡିଏନଏ ଟେଷ୍ଟ କରି ଶବକୁ ଚି଼ହ୍ନଟ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି।

nis-ad
Leave A Reply

Your email address will not be published.