ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରୁ ଭୁବନେଶ୍ୱର, କଟକ ଓ କୋଲକାତାକୁ ମାଗଣା ବସ୍‌ ସେବା

ଭୁବନେଶ୍ୱର: କୋଲକାତାକୁ ମାଗଣା ବସ୍‌ ସେବା । ଦୁର୍ଘଟଣା ପରେ କୋଲକାତାକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍‌ ସେବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଜିଠାରୁ ମାଗଣା ବସ୍‌ ସେବା ଯୋଗାଇ ଦେବେ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଠରୁ ଏହି ଅର୍ଥ ଖର୍ଚ୍ଚ ହେବ ।

ସୂଚନଥାଉ ଯେ, ବାହାନଗା ଟ୍ରେନ ଦୁର୍ଘଟଣା ପରେ ବାଲେଶ୍ୱର ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏପରି ସ୍ଥିତିରେ ଓଡ଼ିଶାରୁ କୋଲକତା ଯିବା ଆସିବା କରିବାକୁ ଲୋକେ ହଇରାଣ ହେଉଥିବାରୁ ଏପରି ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରତିଦିନ ପାଖପାଖି ୫୦ଟି ବସ୍ ପୁରୀ, ଭୁବନେଶ୍ୱର ଓ କଟକରୁ ଯାତାୟତ କରିବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶା ୩ଟି ସହରରୁ କୋଲକାତାକୁ ଆଜିଠାରୁ ମାଦଣା ବସ ସେବା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

nis-ad
Leave A Reply

Your email address will not be published.