ନିସର୍ତ୍ତ ରେ ଖବର ପ୍ରକାଶ ପରେ ଅଚଳ ନଳକୁପ ମରାମତି ହେଲା…


ହିଞ୍ଜିଳିକାଟୁ : ୧।୬ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛଭାଗରେ ଥିବା ତଳ ରେଗିଡିସାହି ରେ ଟ୍ରାକ୍ଟର ଗାଡିର ଡାଲା ଧ୍ୟକ୍କାରେ ଏକ ମାସରୁ ଊର୍ଦ୍ଧ୍ବ ନଳକୁପ ଭାଙ୍ଗି ଅଚଳ ହୋଇପଡିଥିଲା। ଏନେଇ ନିସର୍ତ୍ତ ରେ ଖବର ଵୁଧବାର ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଗୁରୁବାର ପୂର୍ବାହ୍ନରେ ଅଚଳ ନଳକୁପ ମରାମତି ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛ ଭାଗରେ ଥିବା ପାହାଡ ପାଦ ଦେଶରେ ମିନି ପାର୍କ ନିର୍ମାଣ କରିଥିଲେ। ଉକ୍ତ ଅଞ୍ଚଳକୁ ଅଣ ଓସାରିଆ ରାସ୍ତା ରହିଥିବା ବେଳେ ଟ୍ରାକ୍ଟର ଗାଡି ଚଳାଚଳ ନିମନ୍ତେ ଵିଦ୍ୱୁତ ଵିଭାଗ ୱାଲ ଭାଙ୍ଗି ସରଞ୍ଜାମ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ ।ପରେ ଉକ୍ତ ୱାଲ ନିର୍ମାଣ ନ କରି ପୌରପାଳିକା ୱାଲ ନିର୍ମାଣ କରିବା ଭୁଲିଯାଇଥିବା ଅଭିଯୋଗ ହୋଇଛି। ଏହାର ଫାଇଦା ଉଠାଇ କିଛି ଖଳ ପ୍ରକୃତିର ଟ୍ରାକ୍ଟର ମାଲିକ ଉକ୍ତ ଅଞ୍ଚଳକୁ ଈଟା ବାଲି ନେଇ ସାହି ମୁହଁରେ ଥିବା ନଳକୂପ ଟି ଗାଡ଼ି ଧ୍ୟକ୍କାରେ ଭାଙ୍ଗି ଲୋଟି ପଡିଛି। ଯାହା ଫଳରେ ଅଚଳ ହୋଇପଡିଛି ନଳକୁପ ।ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ମିଳିଛି। ଖରା ଦିନ ଆରମ୍ଭରୁ ପାଣି ଟୋପାଏ ପାଇଁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ରେଗିଡିସାହି ସାହିରେ ନଳକୂପ ଅଚଳ ହୋଇପଡିଥିଲାବେଳେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଆସୁନି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରସାଶନିକ ଅଧିକାରୀଙ୍କ ନିଘା ନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା। ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ କୁ ଅଭିଯୋଗ କରିବାରୁ ଗାଡି ଭାଙ୍ଗିଲେ ଆମେ କିଛି କରିପାରିବୁ ନାହିଁ ବୋଲି ରୋକଠୋକ କହୂଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଘର ନିର୍ମାଣ କରୁଥିବା ମାଲିକଙ୍କୁ ଭୟରେ କହିପାରୁନାହାନ୍ତି କି ଅଧିକାରୀ ମାନଙ୍କ ନାଲି ଆଖି ଆଗରେ ଅଭିଯୋଗ କରିବାକୁ ଯାଇପାରୁ ନାହାଁନ୍ତି। ଏ ନେଇ ଵୁଧବାର ନିସର୍ତ୍ତ ରେ ଖବର ପ୍ରକାଶିତ ହୋଇଥିଲା ।ଖବର ପ୍ରକାଶ ପରେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଅଚଳ ନଳକୁପ ମରାମତି କରିଥିଲେ ।ଫଳରେ ରେଗିଡିସାହି ଵାସିନ୍ଦା ନିସର୍ତ୍ତ ର ସମ୍ପାଦକ ଓ ସମସ୍ତ କାର୍ଯ୍ୟକର୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.