ଗ୍ୟାଙ୍ଗମ୍ୟାନ ପଦୋନ୍ନତି ଓ ପାର୍ଶଲ କାମ ପାଇବା ଦାବିରେ ଇଷ୍ଟକୋଷ୍ଟ ରେଲୱେ ପୋର୍ଟରସ ୟୁନିୟନ ପକ୍ଷରୁ ବିକ୍ଷୋଭ


ବ୍ରହ୍ମପୁର : ଗ୍ୟାଙ୍ଗମ୍ୟାନ ପଦୋନ୍ନତି ଓ ପାର୍ଶଲ କାମ ପାଇବା ଦାବିରେ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଇଷ୍ଟ କଷ୍ଟ ରେଲୱେ ପୋର୍ଟରସ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ପୂର୍ବାହ୍ନରେ ବ୍ରହ୍ମପୁର ରେଳଷ୍ଟେସନର କୁଲିମାନେ ଏକ ଶୋଭାଯାତ୍ରାରେ ଯାଇ ଷ୍ଟେସନ ମ୍ୟାନେଜରଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୟୁନିୟନର କାର୍ଯ୍ୟକାରୀ ସଭାପତି ସୁର ଜେନା, ସାଧାରଣ ସମ୍ପାଦକ ଶିବ ବେହେରା, ଜିଲ୍ଲା ଏଆଇଟିୟୁସି ନେତା ପ୍ରବୀଣ ଦାସ ଓ ନୀଳକଣ୍ଠ ଦାଶ ପ୍ରମୂଖ ଉପସ୍ଥିତ ଥିଲେ।, ସମଗ୍ର ପୃଥିବୀରେ ‘କୁଲି’ମାନେ ଭାରତୀୟ ରେଳବାଇର ପ୍ରତୀକ ହିସାବରେ ପରିଚୟ ରହିଛି । କିନ୍ତୁ ସେମାନଙ୍କ ଆର୍ଥିକ ଦୁରବସ୍ଥା ବିଷୟରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। । ରେଳବାଇ ପକ୍ଷରୁ ସେମାନଙ୍କ ପାଇଁ ସ୍ୱାୟୀ ବିଶ୍ରାମ ଗୃହ ନାହିଁ । ମାସିକ ଭତ୍ତା ତ ଦୂରର କଥା, ବର୍ଷକୁ ହଳେ ପୋଷାକ ମଧ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ପାର୍ଶଲ କାମ ପୂର୍ବରୁ କୁଲିମାନଙ୍କୁ ଦିଆଯାଉଥିଲା। ଏବେ କଣ୍ଟ୍ରାକ୍ଟରକୁ ଦିଆଯାଉଛି । ତେଣୁ ଯଥେଷ୍ଟ ସୁବିଧା ସଂଲଗ୍ନ ଥିବା ସ୍ଥାୟୀ ବିଶ୍ରାମ ଗୃହ ଯୋଗାଇ ଦେବା , କୁଲିମାନଙ୍କୁ ପାର୍ଶଲ କାମ ଦିଆଯିବା, କୁଲିମାନଙ୍କ ସହ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଓ ଡାକ୍ତରୀ ଚିକିତ୍ସା ସୁବିଧାର ବ୍ୟବସ୍ଥା ଯୋଗାଇଦେବା ,କୁଲିମାନଙ୍କୁ ବର୍ଷକୁ ଦୁଇ ହଳ ପୋଷାକ ସାଙ୍ଗକୁ ନାମବ୍ୟାଜ୍ ପ୍ରଦାନ କରିବା- କର୍ମଚାରୀ ଭବିଷ୍ୟନିଧୂ (ଇପିଏଫ)ର ସୁବିଧା ସହ କୁଲିମାନଙ୍କୁ କିଛି ମାସିକ ଭତ୍ତା ପ୍ରଦାନ କରିବା, କୁଲିମାନଙ୍କୁ କ୍ରମେ କ୍ରମେ ଗ୍ୟାଙ୍ଗମ୍ୟାନ ରୂପେ ପଦୋନ୍ନତି ଦିଆଯିବା ଆଦି ଛଅ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରେଳବାଇ ଡିଭିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାନନ ସାହୁ, ବଳରାମ ପ୍ରଧାନ, ବ୍ରହ ପ୍ରଧାନ, ଶଙ୍କର ପାତ୍ର, ବାବୁ ରେଢ଼ୀ, ଡି. ଜଗା ପାତ୍ର, ଏ, ସନ୍ତୋଷ, ଶ୍ରୀନିବାସ ପାତ୍ର, କେ. ଆପେୟୀ, ତାରିଣୀ ପାତ୍ର, ଗନ୍ଧର୍ବ ବେହେରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।

nis-ad
Leave A Reply

Your email address will not be published.