ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଅନୁଷ୍ଠାନିକ ଭାବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ ଫଳାଫଳ ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଏସ୍. ଅଶ୍ୱଥି, ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଉପାଧ୍ୟକ୍ଷ ଡ. ସୁନୀଲ ଜେନା, ସଚିବ ଶୁଭ୍ରବାଳା ବେହେରା ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଚଳିତ ୨୦୨୩ ବର୍ଷର ଉଚ୍ଚ ମାଧ୍ୟମିକ ଶିକ୍ଷା ବାର୍ଷିକ ପରୀକ୍ଷାରେ ରାଜ୍ୟ ସ୍ତରରେ ବିଜ୍ଞାନ ସ୍ରୋତରେ ୮୪.୯୩ % ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବାଣିଜ୍ୟ ସ୍ରୋତରେ ୮୧ .୧୨ %ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ଗଞ୍ଜାମ ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ୯୬୦୧ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ୯୪୬୭ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି୭୭୭୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି୮୨.୦୮ ପ୍ରତିଶତ l ଏମାନଙ୍କ ମଧ୍ୟରୁ୩୮୬୪ ଜଣ ପ୍ରଥମ,୨୪୭୩ ଜଣ ଦ୍ବିତୀୟ ୧୪୦୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ୩୩ ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୦ ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ବାଣିଜ୍ୟ ପରୀକ୍ଷାରେ ମୋଟ ୨୨୨୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୧୯୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ୧୭୯୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି୮୧.୭୧ ପ୍ରତିଶତ l ୮୬୮ ଜଣ ପ୍ରଥମ,୩୭୦ ଜଣ ଦ୍ବିତୀୟ, ୫୪୭ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l କପି ଅଭିଯୋଗରେ ଜଣେ ପରୀକ୍ଷାର୍ଥୀ ଅଭିଯୁକ୍ତ ହୋଇଥିବା ଉଚ୍ଚ ଶିକ୍ଷା ବିଭାଗ ଉପ ସଚିବ କୁଳମଣି ଓଝା ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.