ସନ୍ଦେହ ଘେରରେ ନାବାଳିକା ମୃତ ଦେହ ଉଦ୍ଧାର…


ଫୁଲବାଣୀ: ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ୯ ବର୍ଷର ନାବଳିକାର ମୃତଦେହ ଉଦ୍ଧାର। ସୂଚନା ପ୍ରକାରେ ଫୁଲବାଣୀ ସହର ରୁଗୁଡିସାହି ମୁଣ୍ଡିଆ ସାହିର ରାଘବ ବେହେରାଙ୍କ ୯ ବର୍ଷର ଝିଅ ସୋମବାର ଅପରାହ୍ନ ୨ ଟାରୁ ନିଖୋଜ ଥିଲେ । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଏନେଇ ରାତି ୮ ଟାରେ ଫୁଲବାଣୀ ଟାଉନ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ନିଖୋଜ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ସକାଳ ୯ ଟାରେ ଜଣେ ସ୍ଥାନୀୟ ଲୋକ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ନାବାଳିକାକୁ ଚିହ୍ନଟ କରିଥିଲେ। ସାଇଣ୍ଟିଫିକ ଓ ଡଗ ସ୍କ୍ୱାଡ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣ ପଡି ନ ଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକେ ଅଭିଯୋଗ ଆଣିବା ସହ ଫୁଲବାଣୀର ମାଦିକୁଦା ଛକ ଠାରେ କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡ ଦାବିରେ ରାସ୍ତା ରୋକ କରିଛନ୍ତି l ଯାହା ଫଳରେ ଫୁଲବାଣୀ ଠାରୁ ବ୍ରହ୍ମପୁର ଯାତାୟତ ବାଧା ପ୍ରାପ୍ତ ହୋଇଛି l

nis-ad
Leave A Reply

Your email address will not be published.