ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁର: ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ କରିଛନ୍ତି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଏସପି ଭାବେ ଯୋଗ ଦେବା ସମୟରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିରୀମାନେ ଉପସ୍ଥିତ ରହିଥିଲେ । ପ୍ରାୟ ସମସ୍ତ ଥାନାର ଥାନାଧିକାରୀ, ବୁର୍ଲା ଓ ସଦର ଏସଡ଼ିପିଓ , ଅତିରିକ୍ତ ଏସପି ତପନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନୂତନ ଏସପି ଙ୍କୁ ସ୍‌ାଗତ କରିଥଲେ ।

ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଅପରାଧୀଙ୍କୁ ସାବାଡ କରିବା ତାଙ୍କର ଲକ୍ଷ୍ୟ ବୋଲି ନୂତନ ଏସପି ଶ୍ରୀ ଭାମୁ ଗଣମାଧ୍ୟମଙ୍କୁ କହିଛନ୍ତି । ସହରରେ ଚାଲୁଥିବା ଅବାଧ ଚୋରି, ଡକାୟତି, ଜୁଆ ଓ ନିଶା କାରବାର ରୋକିବା ଦିଗରେ ସେ ପ୍ରଥମରୁ କାମ କରିଛନ୍ତି ଓ ଆଗକୁ କରିବେ ବୋଲି ଶ୍ରୀ ଭାମୁ କହିଛନ୍ତି । ଜିଲ୍ଲାରେ ଏକ ସୁସ୍ଥ ଓ ଭୟମୁକ୍ତ ପରିବେଶ ସୃଷ୍ଟି ପାଇଁ ନୂତନ ଏସପି ସମ୍ବଲପୁରବାସୀଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି । ବିଦାୟୀ ଏସପି ବାତୁଲା ଗଙ୍ଗାଧରଙ୍କ ମୟୁରଭଞ୍ଜ ଜିଲ୍ଲାକୁ ବଦଳି ହେବା ପରେ ରାଉରକେଲା ଏସପି ମୁକେଶ କୁମାର ଭାମୁ ଙ୍କୁ ସମ୍ବଲପୁରକୁ ବଦଳି ହୋଇଛି । ଆଜିଠାରୁ ମୁକେଶ କୁମାର ଭାମୁ ସମ୍ବଲପୁର ଏସପି ଭାବେ କାମ ଆରମ୍ଭ କରିଛନ୍ତି ।

nis-ad
Leave A Reply

Your email address will not be published.