ବ୍ୟାଙ୍କରେ ଟଙ୍କା ଡିପୋଜିଟ ବେଳେ ଦୁଇମାଓ ବାଦୀଙ୍କୁ କବ୍ଜା କଲା ଛତିଶଗଡ଼ ପୋଲିସ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଲାଲବାହୀନି କୁ ଲାଗିଲା ବଡ଼ ଝଟକା । ବନ୍ଦ ହୋଇଥିବା ଦୁଇ ହଜାର ଟଙ୍କିଆ ନୋଟ ର ୬ଲକ୍ଷ ଟଙ୍କାକୁ ନେଇ ବ୍ୟାଙ୍କରେ ଡିପଜିଟ କରିବା ପଡିଲା ମହଙ୍ଗା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ସୂଚନା ମୁତାବକ ଦୁଇ ଜଣ ମାଓବାଦୀ ସାଧାରଣ ବ୍ୟକ୍ତିଙ୍କ ବେଶରେ ୬ ଲକ୍ଷ ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ବିଡା ନେଇ ୧୧ଟି ବ୍ୟାଙ୍କ ଏକାଉଣ୍ଟରେ ଡିପୋଜିଟ କରିବାକୁ ଆସିଥିଲେ ତେବେ ବ୍ୟାଙ୍କରେ ପଇସା ଡିପୋଜିଟ କରିବା ସମୟରେ ଗୁଇନ୍ଦା ସୂଚନା ପାଇ ବିଜାପୁର ଏସପି ଙ୍କ ନେତୃତ୍ୱରେ ଡିଆରଜିର ଜବାନ ମାନେ ଦୁଇ ଜଣ ମାଓନେତାଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେଦୁଇ ମାଓନେତାଙ୍କୁ ୬ଲକ୍ଷ ଟଙ୍କା ଓ ୧୧ଟି ବ୍ୟାଙ୍କ ପାସବୁକ ସହ ଗିରଫ ପରେ ଅଧିକା ପଚରା ଉଚରା ଜାରି ରହିଥିବା ବେଳେ ମାଓ ସଙ୍ଗଠନର ଅନ୍ୟ ମାଓବାଦୀଙ୍କ ଉପରେ ମଧ୍ୟ ବିଜାପୁର ପୋଲିସ ର ନଜର ରହିଥିବା ବିଜାପୁର ଏସପି କହିଛନ୍ତି ।

nis-ad
Leave A Reply

Your email address will not be published.