ତେଲେଙ୍ଗାନା ସଚିବାଳୟର ଉଦଘାଟନ ପାଇଁ ମୋତେ ନିମନ୍ତ୍ରଣ କରାଯାଇନଥିଲା – ତେଲେଙ୍ଗାନା ରାଜ୍ୟପାଳ

ନୂଆଦିଲ୍ଲୀ:କଂଗ୍ରେସ, ‘ଆପ୍‌’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍‌) ସମେତ ୧୯ଟି ବିରୋଧୀ ଦଳ ମେ ୨୮ ତାରିଖରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ସମାରୋହରେ ଯୋଗ ଦେବେ ନାହିଁ ବୋଲି ଜାରି କରିଥିବା ମିଳିତ ବିବୃତିରେ ବିରୋଧୀ ଦଳମାନେ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା କେବଳ ଏକ ବଡ଼ ଅପମାନ ନୁହେଁ ବରଂ ଏହା ଗଣତନ୍ତ୍ର ଉପରେ ସିଧାସଳଖ ଆକ୍ରମଣ ବୋଲି ସେମାନେ କହିଛନ୍ତି | ତେବେ ଏହାକୁ ନେଇ ଏବେ ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ୍ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ତେଲେଙ୍ଗାନା ସଚିବାଳୟର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା ।
ନିକଟରେ ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହାକୁ ଉଦଘାଟନ କରିଥିଲେ। ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁନ୍ଦରରାଜନ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନ କରୁଥିବାବେଳେ ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଯେତେବେଳେ ବିରୋଧୀ ରାଷ୍ଟ୍ରପତିଙ୍କୁ ଜଣେ ଅଣ-ରାଜନୈତିକ ବ୍ୟକ୍ତି ଭାବରେ ଦେଖନ୍ତି ସେତେବେଳେ ରାଜ୍ୟପାଳଙ୍କ ପାଇଁ କାହିଁକି ନିୟମ ବଦଳାଇଦେଲେ | ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପ-ରାଜ୍ୟପାଳ କହିଛନ୍ତି ଯେ ନିକଟରେ ତେଲେଙ୍ଗାନା ସଚିବାଳୟକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ।
କାଇଁ ସେତେବେଳେ ତ ରାଜ୍ୟପାଳ ଭାବରେ ନିମନ୍ତ୍ରଣ କରାଯାଇନଥିଲା | ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉତ୍ତର ଆସିଥିଲା, ଯେହେତୁ ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନ କରୁଛନ୍ତି, ତେଣୁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା | ଯଦି ବିରୋଧୀ କହୁଛନ୍ତି ଯେ ରାଷ୍ଟ୍ରପତି ଜଣେ ଅଣ-ରାଜନୈତିକ ବ୍ୟକ୍ତିବିଶେଷ, ତେବେ କାହିଁକି ରାଜ୍ୟପାଳଙ୍କ ପରିପ୍ରେକ୍ଷୀରେ ସେମାନେ ଏହାକୁ ପାଳନ କରୁନାହାନ୍ତି | ସେ କହିଛନ୍ତି ଯେ ଯେଉଁ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ରାଜ୍ୟପାଳଙ୍କୁ ସମ୍ମାନ କରନ୍ତି ନାହିଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି |

nis-ad
Leave A Reply

Your email address will not be published.