ମେ ୨୮ରେ ଘୋଷଣା ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ ତାରିଖ

ଭୁବନେଶ୍ୱର: ଆସନ୍ତା ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷାଫଳ। ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ । ତେବେ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବ। ଜୁନ୍‌ ୮ ସୁଦ୍ଧା ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ରେଜଲ୍ଟ। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ । ସୂଚନା ମୁତାବକ, ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଖାତା ଦେଖାଠାରୁ ଆରମ୍ଭ କରି ଟାବୁଲେସନ୍ ସବୁ ପ୍ରକାଶ ଶେଷ ହୋଇଛି । ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.