ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଧୂମଧାମରେ ସରିଲା ଦେବ ଦମ୍ପତିଙ୍କ ବିବାହ । ବ୍ରାହ୍ମ ମୁହୂର୍ତ୍ତରେ ମହାଦେବଙ୍କ ସହ ପଡିଲା ମା ପାର୍ବତୀଙ୍କ ହାତଗଣ୍ଠି । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ହେଲା ବାହାଘର । ହଜାର ହଜାର ଲୋକ ଉପସ୍ଥିତ ରହି ଦେବ ବିବାହ ଦେଖିଥିଲେ । ବିବାହ ପରେ ଦେବ ଦମ୍ପତିଙ୍କୁ ବର କର୍ତ୍ତା ନିଜ ଘରକୁ ପାଛୋଟି ନେଇଥିଲେ। ପରେ ଯୁଗଳ ଦର୍ଶନ କରିଥିଲେ ଭକ୍ତ ।
ଗତକାଲି ଦିନ ତମାମ ରୀତନୀତି ସରିବା ପରେ ରାତି ୮ଟାରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା । ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟର ତାଳେ ତାଳେ ବିରାଟ ଶୋଭାଯାତ୍ରାରେ ବରଯାତ୍ରୀଙ୍କୁ ଧରି ବିବାହ ମଣ୍ଡପରେ ପହଁଚିଥିଲେ ମହାଦେବ।