ଭାରତରେ ଆହୁରି ଚିତା ମରିବେ… ସତର୍କ କରାଇଲେ ଦକ୍ଷିଣ ଆଫ୍ରିକା ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ ପୁଣି ଚିତା ବାଘମାନଙ୍କ ବଂଶବୃଦ୍ଧି କରିବାକୁ ଭାରତ ସରକାରଙ୍କ ଆଶା ଦିନକୁ ଦିନ ନିରାଶାରେ ପରିଣତ ହେବାରେ ଲାଗିଛି । କାରଣ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାମାନଙ୍କ ମୃତ୍ୟୁ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଏତିକି ବେଳେ ଦକ୍ଷିଣ ଆଫ୍ରିକାର ଜଣେ ବଣ୍ୟଜନ୍ତୁ ବିଶେଷଜ୍ଞ ଭିନସେଣ୍ଟ ଭାନ ଡର ମାରଓ୍ବେ, ଯିଏକି ଭାରତ ସରକାରଙ୍କ ଏହି ଚିତା ପ୍ରକଳ୍ପରେ ବି ଜଡ଼ିତ ଅଛନ୍ତି, କେତେକ ଚିନ୍ତାଜନକ କଥା କହିଛନ୍ତି ।
ସେ କହିଛନ୍ତି ଯେ ଆଗାମୀ କିଛି ମାସରେ ଆହୁରି କିଛି ଚିତାଙ୍କ ମୃତ୍ୟୁ ହେବ । କାରଣ ଚିତାମାନେ ଜଙ୍ଗଲରେ ନିଜର ଅଂଚଳ ସ୍ଥାପନ କରିବାକୁ ଉଦ୍ୟମ କରିବେ ଓ ଏହା କରିବା ବେଳେ ସେମାନେ ଜଙ୍ଗଲରେ ଥିବା ବାଘ ଓ କଲରାପତ୍ରିଆ ବାଘମାନଙ୍କ ସହ ମୁହାଁମୁହିଁ ହେବେ । ଫଳରେ ଏହି ଲଢେଇରେ କେତେକ ଚିତାଙ୍କ ମୃତ୍ୟୁ ହୋଇପାରେ ।
ଭାରତରେ ଚିତାମାନଙ୍କ ସୁରକ୍ଷିତ ରଖିବାକୁ ହେଲେ ସେମାନଙ୍କୁ ତାରବାଡ଼ ଦ୍ବାରା ବନ୍ଦ କରାଯାଇଥିବା ଜଙ୍ଗଲରେ ରଖାଯିବା ଉଚିତ ବୋଲି ସେ କହିଛନ୍ତି । ଖୋଲା ଜଙ୍ଗଲରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ।
ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଚିତା ପ୍ରକଳ୍ପ ଗୁଡ଼ିକ ବାରମ୍ବାର ବିଫଳ ହୋଇଥିଲା । କାରଣ ସେମାନଙ୍କୁ ବାଡ଼ ଦ୍ବାରା ନିବୁଜ ଜଙ୍ଗଲରେ ରଖାଯାଇନଥିଲା । ଏଣୁ ଭାରତ ସରକାର ଏଥିରୁ ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.