ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ମନୋଦୟ ପ୍ରତିଷ୍ଠା ହୋଇଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସମୀକ୍ଷା ପରେ ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ‌

ସେ ତାଙ୍କର ମତ ରଖି କହିଛନ୍ତି, ‘ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା,୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ଉପକୃତ ହୋଇଛନ୍ତି। ବରିଷ୍ଠ ନାଗରିକଙ୍କ ନିମନ୍ତେ ୭ ଟି ବାର୍ଦ୍ଧକ୍ୟଜନୀତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ଟି ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି। ୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨୯୭୬ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ୧୦ ଜିଲ୍ଲାରେ ସମ୍ୱନ୍ୱିତ ଭିତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି। ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପହଞ୍ଚିଛି।’

ସେ ଆହୁରି ବି କହିଛନ୍ତି ଯେ ‘ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ମନୋଦୟ ପ୍ରତିଷ୍ଠା ହୋଇଛି।୧୦ଟି ସମ୍ୱନ୍ୱିତ ଭିତ୍ତିଭୂମି କେନ୍ଦ୍ର ଶ୍ରଦ୍ଧାଳୟ ମଧ୍ୟରୁ କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ଠାରେ ୬ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିବା ବେଳେ ସମ୍ବଲପୁରକୁ ଛାଡି ୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୪ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ସମେତ ୮୩ଟି ବୃଦ୍ଧାଶ୍ରମ, ୨୪ ଟି ଭିକ୍ଷୁକ ଥଇଥାନ କେନ୍ଦ୍ର, କିନ୍ନରଙ୍କ ପାଇଁ ୩ଟି ପୁନ୍ନନିବାସ କେନ୍ଦ୍ର ଓ ୭୩ଟି ମାନସିକ ଅସୁସ୍ଥ କେନ୍ଦ୍ର ରହିଛି। ବିଗତ ୪ ବର୍ଷ ରେ ୧୪୪୦ଟି ଶିବିର ଆୟୋଜିତ ହୋଇଛି। ଏହାରି ମାଧ୍ୟମରେ ୨୫୬୨୧୮ ଜଣ ଭିନ୍ନକ୍ଷମ ସୁବିଧା ପାଇଛନ୍ତି।’

nis-ad
Leave A Reply

Your email address will not be published.