ସଟସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଆଳି: ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାରରେ ଥିବା ନିୟୁ ଟ୍ରେଣ୍ଡ କ୍ଲଥ ଷ୍ଟୋରରେ ସକାଳୁ ସକାଳୁ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । କ୍ଲଥ ଷ୍ଟୋରଟି ଜଳୁଥିବା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।

nis-ad
Leave A Reply

Your email address will not be published.