ହୁମର ଗ୍ରାମରେ ବାଲେଶ୍ୱର ଭିଜିଲାନ୍ସ ଟିମ୍

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ମହକୁମା ଠାରୁ ମାତ୍ର ୩ କିମି ଦୂର, ଯାହା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ହୂମର ଗ୍ରାମକୁ ମଙ୍ଗଳବାର ସକାଳୁ ସକାଳୁ ବାଲେଶ୍ଵରର ଭିଜିଲାନ୍ସ ଟିମ୍ ପହଞ୍ଚି ଥିଲେ । ଗତବର୍ଷ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଣେ କର୍ମଚାରୀଙ୍କ ପୈତୃକ ଘର ତନଖି କରି ଘରର ମାନ ଯାଞ୍ଚ କରିଛି । ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିବା ବେଳେ ଗତ ୨୫ ଜୁନ୍‌ ୨୦୨୨ରେ ଏହାରି ଉପରେ ମାଲି-ମକଦ୍ଧମା ହୋଇ ଏବେ ସୁଦ୍ଧା ତାଙ୍କୁ ଭିଜିଲାନ୍ସ ଘେରି ଲାଗିଛି । ଆଜି ପୁଣି ସେହି ଘର ଉପରେ ବାଲେଶ୍ଵର ଭିଜିଲାନ୍ସ ପହଞ୍ଚି ଅଭିଯୁକ୍ତଙ୍କ ପୈତୃକ ଘରର ମାନ ଯାଞ୍ଚ କରିଛି । ଆଜି ସକାଳୁ ସକାଳୁ ତାଙ୍କର ବିଶେଷଜ୍ଞଙ୍କ ସହ ଭିଜିଲାନ୍ସ ଡ଼ିଏସ୍‌ପି ପହଞ୍ଚି ଘର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହୁମର ଗ୍ରାମର ଜନାର୍ଦ୍ଧନ ପଲେଇ ନାମକ ଜଣେ ବ୍ୟକ୍ତି ବାଲେଶ୍ୱରରେ ସରକାରୀ ଚାକିରି କରି ସେଠାରେ ସ୍ଥାୟୀ ଭାବେ ବସବାସ କରି ରହି ଆସୁଛନ୍ତି । ସେଠାକାର ଖାଦ୍ୟ ଯୋଗାଣ ବିଭାଗରେ ସେ ଜଣେ ଆଣ୍ଟି ସ୍ମଗ୍ଗଲିଂ ଗାର୍ଡ(ଚତୁର୍ଥ ଶ୍ରେଣୀ ଗ୍ରେଡ) ଚାକିରି କରନ୍ତି । ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ବାଲେଶ୍ୱରର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ ଆଜକୁ ୧ ବର୍ଷ ହେଲା, ଛତ୍ରପୁର ନିକଟ ହୁମର ଗ୍ରାମର ଜନାର୍ଦ୍ଧନ ପଲେଇଙ୍କ ପୌତୃତିକ ଘର ଥିବା ରୁ ସେତେବେଳେ ମଧ୍ୟ ଗ୍ରାମକୁ ଆସି ବିଭିନ୍ନ ତଦାରଖ କରିଥିଲେ । । କୁହାଯାଉଛି, ଜନାର୍ଦ୍ଧନ ପଲେଇ ବାଲେଶ୍ୱର ଜିଲ୍ଲାରେ ଜଣେ ଚତୁର୍ଥ ଶ୍ରେଣୀ ଗ୍ରେଡରେ ସରକାରୀ ଚାକିରି କରି କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି ଅର୍ଜନ କରି ପାରିଛନ୍ତି । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରଠାରେ ସେଟଲ୍‌ମେଣ୍ଟ ହୋଇ ତାଙ୍କର ନିଜସ୍ୱ ଘର ଓ ଗୋଟିଏ ଢ଼ାବା-ହୋଟେଲ କରି ଭଡ଼ାରେ ଲଗାଇଛନ୍ତି ।

nis-ad
Leave A Reply

Your email address will not be published.