ନିର୍ମାଣ କାର୍ଯ୍ୟରେ ନାହିଁ ସୂଚନା ଫଳକ , ପଚାରିଲେ ମିଳୁଛି ସାମ୍ବାଦିକ ଧମକ ; ସବୁ ଜାଣି ପ୍ରଶାସନ ନିଦା ବିଷ୍ଣୁ…

ମାଲକାନଗିରି:(୨୩/୦୫) ଆଜି ସମୟରେ ବିକାଶ ନାଁରେ ଯେତେ ସବୁ ରାଜନୀତି, ଯେତେ ସବୁ କୂଟନୀତି, ଯେତେ ସବୁ ଷଡ଼ଯନ୍ତ୍ର । ଯେଉଁଠି ମାଟି ରାସ୍ତା ଥିଲା ତା ଉପରେ ସିମେଣ୍ଟ , ଗୁଡ଼ି , ବାଲି ଢାଳି କେତେବେଳେ ବିକାଶ ସାମ୍ନାକୁ ଆସୁଛି ତ ଆଉ କେଉଁଠି ସିମେଣ୍ଟ ରାସ୍ତା ଉପରେ ମେଣ୍ଟାଲ , ଚିପ୍ସ , ପିଚୁ ଜରିଆରେ ବିକାଶ ନିଜର ଉପସ୍ଥିତି ଜାହିର କରୁଛି । ପୂର୍ବରୁ ଏଭଳି ବିକାଶ ମୂଳକ ନିର୍ମାଣ କାର୍ଯ୍ୟ ଗୁଡ଼ିକରେ ହେଉଥିବା ଦୁର୍ନୀତି ଓ ଅବହେଳା ସମ୍ପର୍କରେ ଲୁକ୍କାୟିତ ଘଟଣା ଗୁଡ଼ିକୁ ଲୋକ ଲୋଚନକୁ ଆଣିବାର ଉଦ୍ୟମ ଗଣତନ୍ତ୍ରର ସଜାଗ ପ୍ରହରୀ ତଥା ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରୁଥିବା ସମୟରେ ଆଜି କିନ୍ତୁ ସମୟ କଡ଼ ଲେଉଟାଇ ଦେଇଛି । ଅର୍ଥାତ୍ ଖୋଦ୍ ସାମ୍ବାଦିକ ହିଁ ନିର୍ମାଣ କାର୍ଯ୍ୟରେ ସଂପୃକ୍ତ ରହୁଛନ୍ତି ଏବଂ ଅବହେଳା କରୁଛନ୍ତି ।


ଏଭଳି ଏକ ସଙ୍ଗୀନ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ମାଲକାନଗିରି ବ୍ଲକ୍ ତରଫରୁ ଚାଲୁଥିବା ବିକାଶୋନ୍ମୁଖୀ ନିର୍ମାଣ କାର୍ଯ୍ୟରେ। ଘଟଣାର ପୃଷ୍ଠଭୂମି କିଛି ଏଭଳି ଥିଲା ଯେ M.V.୧୧ ରୁ ବାତ୍ରିଆଟାଲ୍ କୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲବର୍ଟ କାମ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଅଭାବନୀୟ ଘଟଣା ହେଲା ଏ ଯାଏଁ ନିର୍ମାଣ ସମ୍ବନ୍ଧିତ ସୂଚନା ଫଳକ ଲାଗି ପାରି ନାହିଁ। ଘଟଣା ସ୍ଥଳରେ ପଚରା ଉଚରା କରୁ କରୁ ଫୋନ୍ ଯୋଗେ ଜଣେ ଦାବିଦାର କହୁଛନ୍ତି ସେ ସାମ୍ବାଦିକ ସଂଘର ଉପସଭାପତି ଓ ଜଣେ ସାମ୍ବାଦିକ । ସୂଚନା ଫଳକ ବାବଦରେ ପଚାରିବା ପରେ ଉତ୍ତର ରଖିଛନ୍ତି ଯେ,ପରେ ସୂଚନା ଫଳକ ଲଗାଯିବ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ସାମ୍ବାଦିକ କ’ଣ ନିୟମ କାନୁନ୍ ଠାରୁ ଉର୍ଦ୍ଧ୍ବରେ ? ସାଧାରଣ ଠିକାଦାର କରୁଥିବା ଭୁଲ୍ କୁ ଭୁଲ୍ ବୋଲି କୁହାଯିବ ଏବଂ ସାମ୍ବାଦିକ ଭାବେ ଅପରୂପ କାମ କରିଲେ ଠିକ୍ ? ତେବେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ବାବଦରେ ମାଲକାନଗିରି ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ବେଶ୍ ଚିନ୍ତା ଜନକ। ଖୋଦ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେପରୁଆ ଢ଼ଙ୍ଗରେ କହୁଛନ୍ତି ଯେ ସୂଚନା ଫଳକ ଲାଗିନାହିଁ ଯଦି ଲଗାଯିବ , ନିର୍ମାଣ କାର୍ଯ୍ୟ ଚାଲୁଛି ତ ଚାଲୁ । ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ସରକାରୀ ଯନ୍ତ୍ରୀ କେତେ ଥର ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟେକ୍ଷ ନିର୍ମାଣର ତଦାରଖ କରୁଛନ୍ତି ? ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି ଦାୟିତ୍ଵହୀନ ମନ୍ତବ୍ୟ 5T ଓ ମୋ ସରକାର ଜରିଆରେ ବ୍ୟବହାର ପ୍ରଦର୍ଶନକୁ ପ୍ରକାଶ କରୁଛି କି ? ଘଟଣାର ତଦନ୍ତ ଓ ସତ୍ୟାସତ୍ୟ ଯାଞ୍ଚ୍ କରିବାରେ କାହାକୁ ଡରୁଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ? କୌଣସି ନିର୍ମାଣ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଥମେ ସୂଚନା ଫଳକ ଲଗାଯିବାର ବିଧିବଦ୍ଧ ବ୍ୟବସ୍ଥା ସ୍ଥଳ ବିଶେଷ ଓ ବ୍ୟକ୍ତି ବିଶେଷରେ ଭିନ୍ନ ଭିନ୍ନ କି ? ନା ପଢ଼ା ଘର ପାଠୁଆ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ? ଦେଖିବାକୁ ଅପେକ୍ଷା ରହିଲା, ଘଟଣା ପ୍ରକାଶ ହେବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସରକାରୀ ଯନ୍ତ୍ରୀ କେବେ ତତ୍ପରତା ଦେଖାଇ ସୂଚନା ଫଳକ ନିର୍ମାଣ ଦିଗରେ ଯତ୍ନବାନ ହେଉଛନ୍ତି !!

nis-ad
Leave A Reply

Your email address will not be published.