ହୁ ହୁ ହୋଇ ଜଳିଲା ପ୍ଲାଷ୍ଟିକ୍‌ ପାଇପ୍‌ ଗୋଦାମ

ସମ୍ବଲପୁର : ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର । ସେଠାରେ ଥିବା ଏକ ପ୍ଲାଷ୍ଟିକ ପାଇପ୍‌ ଗୋଦାମରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ସମ୍ବଲପୁର ଗୁଣ୍ଡରପୁର ସ୍ଥିତ ଏକ ପାଇପ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ପ୍ରାୟ ୨୦ ଫୁଟରୁ ଅଧିକ ଉଚ୍ଚକୁ ଉଠିଲା ଧୁଆଁ ସାଙ୍ଗକୁ ନିଆଁ ।

ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଇପ୍‌ ଛାରଖାର ହୋଇଯାଇଛି । ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣାସ୍ଥଳରେ ସମ୍ବଲପୁର ଉପଜିଲ୍ଲାପାଳ ଅଛନ୍ତି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହେଲା ? ଏତେ ବଡ଼ ଧରଣର ଅଗ୍ନିକାଣ୍ଡ ହେଲା କେମିତି କାରଣ ଅସ୍ପଷ୍ଟ ରହିଛି ।

nis-ad
Leave A Reply

Your email address will not be published.